ଅକ୍ଷର ବ୍ୟୁରୋ: ଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ପର୍ଯ୍ୟାପ୍ତ ମହଜୁଦ ରହିଥିବାରୁ ଯୋଗାଣ ସାଧାରଣ ଭାବେ ଚାଲୁ ରହିଛି । ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ସହ ଗୁଜବକୁ ଖଣ୍ଡନ କରାଯାଇଥିଲା । ତୈଳ ବିଶୋଧନାଗାରଗୁଡ଼ିକ ସମ୍ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟରତ ଥିବାରୁ ଆତଙ୍କିତ ହୋଇ ଜାଳେଣି ସଂଗ୍ରହ ନକରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି । କଳାବଜାରୀ ରୋକିବାକୁ କଡ଼ା ପଦକ୍ଷେପ ଗ୍ରହଣ ସହ ୨୪×୭ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯିବ । ସାମାଜିକ ଗଣମାଧ୍ୟମରେ ଭ୍ରମାତ୍ମକ ସୂଚନାରେ ଭୟଭୀତ ନହୋଇ ସଚେତନ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ ।












Leave a Reply