ଅକ୍ଷର ବ୍ୟୁରୋ: ଭଉଣୀ କଙ୍କାଳ ବୋହି ଭାଈ ଜିତୁ ମୁଣ୍ଡା ବ୍ୟାଙ୍କ ଆସିବା ଘଟଣାକୁ ଗୁରୁତର ସହ ନେଇ ଘଟଣାର RDC ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଏହାକୁ ସମ୍ବେନଶୀଳ ବୋଲି କହି ଏକ ପ୍ରେସ ବିଜ୍ଞପ୍ତି ଜାରି କରିବା ସହ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ପ୍ରଶାସନ ତ୍ୱରିତ ପଦକ୍ଷେପ ନେଇ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଜିତୁ ମୁଣ୍ଡାଙ୍କୁ ୩୦ ହଜାର ଟଙ୍କାର ସହାୟତା ଦେବାସହ ୮ ଘଣ୍ଟା ମଧ୍ୟରେ ମୃତ୍ୟୁ ପ୍ରମାପତ୍ର ଏବଂ ଉତ୍ତରାଧିକାରୀ ପ୍ରମାଣପତ୍ର ବାହାରକରି ବ୍ୟାଙ୍କରେ ଥିବା ୧୯୪୦୨ ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି । ଏହାସହ ଦୁର୍ଗମ ଗ୍ରାମାଞ୍ଚଳ ଲୋକମାନେ ନିଜର କିପରି ସୁବିଧାରେ ଏବଂ ବିନା ବାଧାରେ ସରକାରୀ ସେବା ଏବଂ ବ୍ୟାଙ୍କିଙ୍ଗ ସେବା ପାଇ ପାରିବେ ସେଥିପ୍ରତି ସଜାଗ ରହିବାକୁ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଲୋକମାନେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରୋକଷ୍ଟସହ ଯୋଗାଯୋଗ କରିବାକୁ ଜିଲ୍ଲାପ୍ରଶାସନ ଅନୁରୋଧ କରିଛି । ଏହିଘଟଣାକୁ ରାଜ୍ୟ ସରକାର ମଧ୍ୟ ଗୁରୁତର ସହ ନେଇଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିବା ସହ ତଦନ୍ତ ପରେ ଦୋଷୀଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ, ଏଭଳି ଘଟଣା କାହିଁକି ଘଟିଲା ? ଏବଂ ଏହାର ଯେପରି ପୁନରାବୃତ୍ତି ନ ହେବ, ସେଥିପାଇଁ ମୁଖ୍ୟମନ୍ତ୍ରୀ RDC ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୂର୍ଣ୍ଣ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । Northern RDC ଆସନ୍ତାକାଲି ଠାରୁ ତଦନ୍ତ ଆରମ୍ଭ କରିବେ ବୋଲି ଜଣା ଯାଇଛି ।















Leave a Reply