ଅକ୍ଷର ବ୍ୟୁରୋ: ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ସେ କହିଛନ୍ତି,’ ଅତ୍ୟନ୍ତ ନିନ୍ଦନୀୟ ଓ ପୀଡ଼ା ଦାୟକ, ମୁଁ ଗଭୀର ଭାବେ ମର୍ମାହତ । ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ । କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରୁଛି’ । ପଶ୍ଚିମବଙ୍ଗ ସରକାରଙ୍କୁ ଯୋଗାଯୋଗ ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ପରିବାରବର୍ଗଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବ’।
ସେପଟେ ଅଭିଯୋଗ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୀଡ଼ିତାଙ୍କ ବାପା । ସେ ସିଧାସଳଖ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଓଡ଼ିଶା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହୋଇସାରନ୍ତାଣି । ଏଠି କେହି ଆମ ସହ କଥା ହେଉନାହାନ୍ତି କି କୌଣସି ସହଯୋଗ କରୁନାହାନ୍ତି । ଗତ ରାତି ୮ଟାରୁ ୯ ଭିତରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ୬ରୁ ୭ଜଣ ଥିଲେ । ସେମାନେ ଝିଅକୁ ହଇରାଣ କରିଥିଲେ । ସେମାନେ ଝିଅର ମୋବାଇଲ୍ ଛଡ଼ାଇ ନେଇଥିଲେ । ତିନି ହଜାର ଟଙ୍କା ମାଗିଥିଲେ । ମେଡିକାଲ ପରିସରରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ । ଏଣେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମେଡିକାଲ୍ କଲେଜର ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି ।












Leave a Reply