କଟକରେ କର୍ତ୍ତବ୍ୟରତ ଥିବା ସମୟରେ ଗତ ୨୨ ତାରିଖ ଦିନ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିବା ଜଗବନ୍ଧୁ ମାହାଲି (ହୋମଗାର୍ଡ) ଙ୍କ ପତ୍ନୀ ପ୍ରଭାସିନୀ ବେହେରା ଏବଂ ଲୋକନାଥ ଶବର (ଓ.ଏ.ପି.ଏଫ୍ ଯବାନ) ଙ୍କ ପତ୍ନୀ ଦେବୀ ଶବରଙ୍କୁ ମିଳିଲା ସହାୟତା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝୀ ଉଭୟଙ୍କୁ ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ପତ୍ର ଓ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏହି ସହାୟତା ପ୍ରଦାନ ସମୟରେ ମୁଖ୍ୟମନ୍ତ୍ରୀ ସେମାନଙ୍କର ଭଲମନ୍ଦ ପଚାରି ବୁଝିବା ସହ ସରକାର ସେମାନଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି। କଠିନ ସମୟରେ ସେମାନଙ୍କ ପ୍ରତି ସହୃଦୟତା ଦେଖାଇଥିବାରୁ ଉଭୟ ପ୍ରଭାସିନୀ ଏବଂ ଦେବୀ ଅଶ୍ରୁଳ ନୟନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।
କଟକରେ କାର୍ଯ୍ୟରତ ୨ ପୋଲିସ କର୍ମଚାରୀ ଜଗବନ୍ଧୁ ମାହାଲି ଏବଂ ଲୋକନାଥ ଶବର ଗତ ୨୨ ତାରିଖରେ ପିସିଆର୍ ଭ୍ୟାନ୍ରେ ପେଟ୍ରୋଲିଂ କରୁଥିବା ସମୟରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଡ୍ୟୁଟିରେ ଥିବା ସମୟରେ ଉଭୟଙ୍କ ମୃତ୍ୟୁ ଘଟିଥିବାରୁ ସେମାନଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମବେଦନା ଜଣାଇଛନ୍ତି। ଜଗବନ୍ଧୁଙ୍କ ସ୍ତ୍ରୀ ପ୍ରଭାସିନୀ ବେହେରା ଓ ଲୋକନାଥଙ୍କ ସ୍ତ୍ରୀ ଦେବୀ ଶବରଙ୍କୁ ମୁଖ୍ୟମନ୍ତ୍ରୀ ବୁଧବାର ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଦୁଃଖ ସମୟରେ ସେମାନଙ୍କୁ ସହାୟତାର ହାତ ବଢ଼ାଇ ମୁଖ୍ୟମନ୍ତ୍ରୀ ନିଜର ସହୃଦୟତାର ପରିଚୟ ଦେଇଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଉଭୟେ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ହୋମ୍ଗାର୍ଡ ପଦବୀ ପାଇଁ ନିଯୁକ୍ତିପତ୍ର ସହ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଭଲମନ୍ଦ ପଚାରିବା ସହ ଅଧର୍ଯ୍ୟ ନ ହେବାକୁ ପରାମର୍ଶ ଦେଇଛନ୍ତି।















Leave a Reply