ସିକ୍କିମରେ ଗାଡ଼ି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ।

ସିକ୍କିମରେ ଟୁରିଷ୍ଟ ଗାଡ଼ି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ । ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିକ୍କିମ ସରକାରଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ସିକ୍କିମ ତିସ୍ତା ନଦୀରେ ଟୁରିଷ୍ଟ ଗାଡ଼ି ଖସି ପଡିବାରୁ ଜଣଙ୍କ ମୃତ୍ୟୁ ୨ ଜଣ ଉଦ୍ଧାର, ୯ ଯାତ୍ରୀ ଏବେ ବି ନିଖୋଜ ରହିଛନ୍ତି । ଦୁର୍ଘଟଣାରେ ଅନେକ ଓଡ଼ିଆ ଯାତ୍ରୀ ରହିଥିବା ସୂଚନା ମିଳିଛି ।

ଗୁରୁବାର ରାତିରେ ସିକିମର ଏକ ପାହାଡ଼ି ରାସ୍ତାରୁ ଏକ ପର୍ଯ୍ୟଟକ ଗାଡ଼ି 1000 ଫୁଟ ତଳକୁ ଖସିପଡ଼ିବାରୁ ୯ ଜଣ ନିଖୋଜ ଅଛନ୍ତି। ସନ୍ଧ୍ୟା ୭ଟାରୁ ରାତି ୮ଟା ମଧ୍ୟରେ ଉତ୍ତର ସିକିମର ଚୁଙ୍ଗଥାଙ୍ଗ ଏବଂ ମୁନସିଥାଙ୍ଗ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ୧୦ ଜଣ ପର୍ଯ୍ୟଟକ ଏବଂ ଡ୍ରାଇଭରଙ୍କୁ ନେଇ ଏକ ଗାଡ଼ି ଗୁରୁଡୋଙ୍ଗମାରରୁ ଗ୍ୟାଙ୍ଗଟକ୍ ଫେରୁଥିବା ବେଳେ ରାସ୍ତାରୁ ଏକ ଗଭୀର ଘାଟିରେ ଖସି ପଡ଼ିଥିଲା । ୧୧ ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଯଦିଓ ପର୍ଯ୍ୟଟକଙ୍କ ପରିଚୟ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ, ଯାତ୍ରୀମାନେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ବୋଲି ଅନୁମାନ କରାଯାଉଛି । ଉଦ୍ଧାର ହୋଇଥିବା 2 ଜଣ ପର୍ଯ୍ୟଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)