ଅକ୍ଷର ବ୍ୟୁରୋ: ପରିବା ଚୋପାରୁ ହେବ ସିଏନ୍ଜି । ବିଏମ୍ସିର ଏକ ନୂତନ ପ୍ରୟାସ । ପେଟ୍ରୋଲ ସଙ୍କଟର ମୁକାବିଲା କରିବାକୁ ଅଣ୍ଟା ଭିଡିଛି ବିଏମ୍ସି । ବିଏମ୍ସରୁ ବାହାରୁଥିବା ପରିବା ଚୋପା ବର୍ଜ୍ୟରୁ ପ୍ରସ୍ତୁତ ହେବ ସିଏନ୍ଜି । ଏହାକୁ ଗାଡିର ଇନ୍ଧନ ଭାବେ ବ୍ୟବହାର କରିହେବ । ଏନେଇ ବିଏମ୍ସି ଏକ ଘରୋଇ ସଂସ୍ଥା ସହ ଏମ୍ଓୟୁ କରିବ । ବିଏମ୍ସିର ବିଭିନ୍ନ ମାର୍କେଟ ତଥା ୟୁନିଟ୍-୧, ୟୁନିଟ୍-୪, ସୁନ୍ଦରପଦା, କୋଚିଳେଇ ଭଳି ଏକାଧିକ ପରିବା ହାଟରୁ ପରିବା ବର୍ଜ୍ୟ ବାହାରୁଛି । ଏହି ସବୁ ଅଳିଆ ପୂର୍ବରୁ ବିଭିନ୍ନ ଏମ୍ସସି ସେଣ୍ଟର ଯାଇ ଖତ କରାଯାଉଥିଲା । ଏବେ ପ୍ରତି ଘରୁ ବାହାରୁଥିବା ପରିବା ଅଳିଆ ସଂଗ୍ରହ କରାଯିବ । ଏହି ସବୁ ପରିବା ଏକ ଘରୋଇ ସଂସ୍ଥାକୁ ବିଏମ୍ସି ଦେବ । ଏହାକୁ ପକ୍ରିୟାକରଣ କରାଯାଇ ଏଥିରୁ ସିଏନ୍ଜି ଗ୍ୟାସ୍ ବାହାର କରାଯିବ । ବର୍ତ୍ତମାନ ଯୁଦ୍ଧ ସମୟରେ ପେଟ୍ରୋଲ ଏବଂ ରନ୍ଧନ ଗ୍ୟାସ୍ର ଘୋର ଅଭାବ ରହିଛି । ହର୍ମୁଜ ସଂକଟ ନ ଟଳିବା ଯାଏ ପେଟ୍ରୋଲ ଓ ଏଲ୍ପିଜି ଅଭାବ ଦେଖାଦେବ । ତେଣୁ ଲୋକେ ସିଏନ୍ଜି ଗାଡ଼ିର ବ୍ୟବହାର କରିବେ ।
ପରିବା ଚୋପାରୁ ପ୍ରସ୍ତୁତ ହେବ ସିଏନ୍ଜି; ଗାଡିର ଇନ୍ଧନ ଭାବେ ବ୍ୟବହାର କରିବେ ଲୋକେ ।












Leave a Reply