ବାଜିଲା କଲେଜ ଇଲେକସନ୍ ବିଗୁଲ୍, ୭ରେ ବିଜ୍ଞପ୍ତି; ୯ରେ ନାମାଙ୍କନ

ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ। ପୁଣି କ୍ୟାମ୍ପସ୍‌ରେ ବାଜିଲା ଛାତ୍ର ସଂସଦ ନିର୍ବାଚନର ବିଗୁଲ୍। ଆସନ୍ତା ୧୫ ତାରିଖରେ ହେବ ଛାତ୍ର ସଂସଦ ନିର୍ବାଚନ। ଏନେଇ ଆଜି ତାରିଖ ଘୋଷଣା ହେବା ପରେ କ୍ୟାମ୍ପସ୍‌ରେ ଛାତ୍ର ରାଜନୀତି ପୁଣି ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଘୋଷିତ କାର୍ଯ୍ୟସୂଚୀ ଅନୁସାରେ, ଆସନ୍ତା ୭ ତାରିଖରେ କଲେଜ ପକ୍ଷରୁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ୯ ତାରିଖରେ ନାମାଙ୍କନ ପ୍ରକ୍ରିୟା ହେବ। ନିର୍ବାଚନୀ ପ୍ରକ୍ରିୟା ପରେ ୧୫ ତାରିଖରେ ଭୋଟ୍‌ଗ୍ରହଣ କରାଯିବ। ଏହାର ପରଦିନ ଅର୍ଥାତ୍ ୧୬ ତାରିଖରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯିବ। ଦୀର୍ଘ ବର୍ଷର ବ୍ୟବଧାନ ପରେ କ୍ୟାମ୍ପସ୍‌ରେ ନିର୍ବାଚନ ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀ ଓ ବିଭିନ୍ନ ଛାତ୍ର ସଙ୍ଗଠନ ମଧ୍ୟରେ ଉତ୍ସାହ ବଢ଼ିଛି।

ସୂଚନାଯୋଗ୍ୟ, ୨୦୧୭ରେ ଶେଷ ଥର ପାଇଁ କଲେଜ ଇଲେକସନ୍ ହୋଇଥିଲା। ଏହାପରେ ବିଭିନ୍ନ କାରଣରୁ ଦୀର୍ଘ ୮ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା। ଏବେ ପୁଣି ନିର୍ବାଚନ ତାରିଖ ଘୋଷଣା ହେବା ସହ କ୍ୟାମ୍ପସ୍‌ରେ ଛାତ୍ର ରାଜନୀତିର ପୁରୁଣା ଉଷ୍ମତା ଫେରିଥିବା ଦେଖିବାକୁ ମିଳିଛି। ନିର୍ବାଚନକୁ ନେଇ ଏବେଠାରୁ ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କିଏ ପ୍ରାର୍ଥୀ ହେବେ, କେଉଁ ସଙ୍ଗଠନ କେଉଁ ପଦ ପାଇଁ ଦାବିଦାର ହେବ—ତାକୁ ନେଇ କ୍ୟାମ୍ପସ୍‌ରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial