ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ବରମୁଣ୍ଡାରେ ନିର୍ମାଣଧିନ ଏକ ୫୭ମିଟର ଲମ୍ବ, ୩ମିଟର ପ୍ରସ୍ଥ ଏବଂ ୬ମିଟର ଉଚ୍ଚ ପଦଯାତ୍ରୀ ଫୁଟ୍ ଓଭରବ୍ରିଜ୍ (FOB)ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯାହା ଡିସେମ୍ବର ୨୦୨୫ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଏହା କାର୍ଯ୍ୟକ୍ଷମ ରହିଛି । ଏହା ବ୍ୟତୀତ, ଅନୁମୋଦିତ ଯୋଜନା ଅନୁଯାୟୀ, ଓଭରବ୍ରିଜର ଉଭୟ ପାର୍ଶ୍ୱରେ ଲିଫ୍ଟର ମଧ୍ୟ ବ୍ୟବସ୍ଥା କରାଯାଇଛି ଯାହାର କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ।
ସୂତ୍ର ଅନୁଯାୟୀ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଜାତୀୟ ରାଜପଥ-୧୬ ର ଭୁବନେଶ୍ୱର-କଟକ ପାର୍ଶ୍ୱରେ ଚାରୋଟି ଫୁଟ୍ ଓଭରବ୍ରିଜ୍ ନିର୍ମାଣକୁ ଆନୁଷ୍ଠାନିକ ଭାବରେ ଅନୁମୋଦନ ମିଳିଛି । ଯାହା ପଳାସୁଣି, ବରମୁଣ୍ଡା ଏବଂ ଚଣ୍ଡିଖୋଲ-ଜଗତପୁର-ଭୁବନେଶ୍ୱର କରିଡରର ମଙ୍ଗୁଳିରେ ଦୁଇଟି ସ୍ଥାନକୁ ଅନ୍ତର୍ଭୁକ୍ତ କରିବ । ସମସ୍ତ ଚାରୋଟି ନିର୍ମାଣ ଇଞ୍ଜିନିୟରିଂ ପ୍ରୋକ୍ୟୁରମେଣ୍ଟ ଆଣ୍ଡ୍ କନଷ୍ଟ୍ରକ୍ସନ୍ (EPC) ମୋଡ୍ରେ କାର୍ଯ୍ୟ କରାଯାଉଛି, ଯାହାର ବିଡ୍ ପ୍ରକଳ୍ପ ମୂଲ୍ୟ ୭.୨୯ କୋଟି ଟଙ୍କା । ଜନସାଧାରଣଙ୍କ ଦାବିକୁ ଅନୁସରଣ କରି ଏହି ନିଷ୍ପତ୍ତି ନିଆଯାଇଛି, ବିଶେଷକରି ପଳାସୁଣୀରେ ଫୁଟ ଓଭର ବ୍ରିଜ ନେଇ ଲୋକ ମାନେ ଦୀର୍ଘ ଦିନ ହେବ ଦାବି କରି ଆସୁଥିଲେ । ଉକ୍ତ ସ୍ଥାନରେ ଫୁଟ ଓଭର ବ୍ରିଜ ହେବା ଫଳରେ ଦୁର୍ଘଟଣା ସଂଖ୍ୟା ମଧ୍ୟ କମିବ ବୋଲି ଅନୁମାନ କରାଯାଉଛି ।















Leave a Reply