ଅକ୍ଷର ବ୍ୟୁରୋ: ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର । ସୁରକ୍ଷା ଦୃଷ୍ଟିରୁ ରାଜାକୁ ଚୌଦ୍ଵାର ଜେଲ୍ରୁ କରାଗଲା ସ୍ଥାନାନ୍ତର । ପୂର୍ବରୁ ମଧୁକାନ୍ତ ରାଣାକୁ ଚୌଦ୍ବାରରୁ ଝାରପଡ଼ା ଜେଲକୁ ପଠାଯାଇଥିଲା । ରାଜାକୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର ପାଇଁ କୋର୍ଟରେ ଆବେଦନ କରିଥିଲେ ଚୌଦ୍ଵାର ଜେଲ କର୍ତ୍ତୃପକ୍ଷ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ରାଜାକୁ କୋର୍ଟରେ ହଜାର କରାଇ କଡା ସୁରକ୍ଷା ବଳୟ ମଧ୍ୟରେ ବ୍ରହ୍ମପୁର ଜେଲ୍କୁ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କୁ ଗୋଟିଏ ଜାଗାରେ ରଖିଲେ ଚତୁର ରାଜା ପୁଣି ଫେରାର ହେବାର ସମ୍ଭାବନା ରହିଛି । ତେଣୁ ଜେଲ କର୍ତ୍ତୃପକ୍ଷ କୋର୍ଟକୁ ଅବଗତ କରାଇ ଏଭଳି ପଦକ୍ଷେପ ନେଇଛନ୍ତି ।
ସୂଚନା ଅନୁଯାୟୀ, ଗତ ୧ ତାରିଖରେ ଗିରଫ ହୋଇଥିବା ରାଜା ସାହାଣୀ ନେଇ ତଦନ୍ତ ପ୍ରାୟ ଶେଷ ପର୍ଯ୍ୟାୟରେ ରହିଛି । ରାଜାକୁ ମହୀଶୂରରୁ ପୁଲିସ ରିମାଣ୍ଡରେ ନେଇ ଫେରାଇବା ପରେ ତାକୁ ବ୍ରହ୍ମପୁର ଜେଲ୍କୁ ସ୍ଥାନାନ୍ତର କରାଯାଉଛି । ଅନ୍ୟପଟେ ଫେରାର୍ ଘଟଣାରେ ଚୌଦ୍ୱାର ପୁଲିସ ରାଜାଠାରୁ ଆଉ କିଛି ତଥ୍ୟ ଆଦାୟ କରିବାକୁ ଚାହୁଁଛି । ତେଣୁ ଆଗକୁ ରାଜାକୁ ରିମାଣ୍ଡରେ ଆଣିପାରେ କଟକ ପୁଲିସ ।












Leave a Reply