ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ରୋଷେୟା ମନ୍ମଥ କୁମ୍ଭଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ଥାନା ପୁଲିସ। ପାରଳାଖେମୁଣ୍ଡି SDJM ଅଦାଲତଙ୍କ ପକ୍ଷରୁ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା (NBW) ଜାରି ହେବା ପରେ ଆଜି ଭୋର ସମୟରେ ପୁଲିସ ତାଙ୍କୁ ନିଜ ଗାଁରୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨ ଓ ୧୨୦-B ସମ୍ପର୍କିତ ମାମଲାରେ ଅଭିଯୁକ୍ତ ମନ୍ମଥ କୁମ୍ଭଙ୍କୁ ଗିରଫ କରି ଅଦାଲତରେ ହାଜର କରାଇବା ପାଇଁ SDJM ଅଦାଲତ NBW ଜାରି କରିଥିଲେ। ସେହି ପରୱାନା ଆଧାରରେ ପାରଳାଖେମୁଣ୍ଡି ପୁଲିସ ଭୋରୁ ଅଭିଯୁକ୍ତଙ୍କ ଗାଁରେ ପହଞ୍ଚି ତାଙ୍କୁ ଗିରଫ କରିଛି।
ଗିରଫ ପରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରି ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି SDJM ଅଦାଲତରେ ହାଜର କରାଯାଇଛି। ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଆଗକୁ ବଢ଼ିବ। ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ମନ୍ମଥ କୁମ୍ଭଙ୍କ ନାଁ ପୂର୍ବରୁ ଅଭିଯୁକ୍ତ ଭାବେ ରହିଆସିଛି। ଏବେ NBW ପରେ ତାଙ୍କ ଗିରଫକୁ ନେଇ ମାମଲାର ଆଇନଗତ ପ୍ରକ୍ରିୟାରେ ନୂଆ ଗତି ଆସିଛି।














Leave a Reply