ଅକ୍ଷର ବ୍ୟୁରୋ: ସିଏମସି ଫୁଡ୍ କୋର୍ଟ ଆବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ କଲେ ବିଧାୟିକା ସୋଫିଆ ଫିର୍ଦୋସ । ଏମିତିକି ସିଧାସଳଖ ମେୟର ସୁବାସ ସିଂଙ୍କୁ ଟାର୍ଗେଟ କରିଛନ୍ତି ସୋଫିଆ । ସେ କହିଛନ୍ତି, ସିଏମସିରେ ଦୁର୍ନୀତିରେ ବୁଡି ରହିଛନ୍ତି ମେୟର । ଆଉ କଟକ ବାରବାଟୀ ଷ୍ଟାଡିୟମ ନିକଟରେ ହୋଇଥିବା ଫୁଡକୋର୍ଟ ଆବଣ୍ଟନ ନିଜ ଲୋକଙ୍କୁ ଦେଇଥିବା ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ସିଏମସି ଦ୍ୱାରା ହୋଇଥିବା ଏସଓପିକୁ ସାମ୍ୱାଦିକ ସମ୍ମିଳନୀରେ ଚିରି ଦେଇଛନ୍ତି ବିଧାୟିକା । ସୋଫିଆ କହିଛନ୍ତି, ଏସଓପି କାହିଁକି ଓଡିଆରେ କରାଗଲା ନାହିଁ । ଦୀର୍ଘ ପୃଷ୍ଠାର ଏସଓପି ଇଂରାଜୀରେ କରାଯାଇଛି । ଓଡିଆରେ କାହିଁକି ହେଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ଏସଓପିକୁ କିଏ ବୁଝିବ ?
ଜଣେ ସାଧାରଣ ଲୋକ ବୁଝିପାରିବ କି ? ଏହାର ବିଜ୍ଞପ୍ତି ଓଡିଆ ଖବରକାଗଜରେ ପ୍ରକାଶ କରାନଯାଇ କାହିଁକି ଜାତୀୟ ଗଣମାଧ୍ୟମରେ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି । ଦହିବରା ବିକୁଥିବା ଜଣେ ବ୍ୟବସାୟୀ ଇଂରାଜୀ ଖବରକାଗଜରୁ ବିଜ୍ଞାପନ ପଢିବ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ମେୟର ସୁବାସ ସିଂ କହିଛନ୍ତି ଏହା ସମ୍ପୂର୍ଣ୍ଣ ସ୍ୱଚ୍ଛ ଭାବରେ ହୋଇଛି । ଓଲଟା ବିଧାୟିକା ସହରର ଉନ୍ନତି ମୂଳକ କାମରେ ବାଧା ସୃଷ୍ଟି କରୁଥିବା କହିଛନ୍ତି ମେୟର । ପ୍ରତିଦିନ ସିଏମସି ବିରୋଧରେ କିପରି କହିବେ ସେ କଥା ଚିନ୍ତା କରୁଛନ୍ତି । ସେ ନିଜେ ଏବଂ ପରିବାର ଦୁର୍ନୀତିରେ ବୁଡି ରହିଛନ୍ତି । ଏଣୁ ସେ ଦୁର୍ନୀତି ବାବଦରେ କଣ କହିବେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ମେୟର ସୁବାସ ସିଂ ।












Leave a Reply