କମର୍ସିଆଲ ପାଇଲଟ୍ ହେଲେ ଓଡ଼ିଆ ଝିଅ ସୋନାଲିକା ମିଶ୍ର ।

କମର୍ସିଆଲ ପାଇଲଟ୍ ହେଲେ ଓଡ଼ିଆ ଝିଅ। ଗାଁ ମାଟିରୁ ବଢ଼ି ହାସଲ କଲେ ସଫଳତା। କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ଯେ ସଫଳତା ପାଇବାର ଗୋଟିଏ ମାତ୍ର ଚାବିକାଠି, ଏହାକୁ ପ୍ରମାଣିତ କରିଛନ୍ତି ନରସିଂହପୁରର ଝିଅ ସୋନାଲିକା ମିଶ୍ର। DGCA ଦ୍ୱାରା ଗଠିତ ସମସ୍ତ ପ୍ରକାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସୋନାଲି।

ଆଉ ପ୍ରାପ୍ତ କରିଛନ୍ତି କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ବା CPL। ଏଥିପାଇଁ ତାଙ୍କୁ ୨୦୦ ଘଣ୍ଟା ପ୍ଲେନ ଉଡ଼ାଇବାକୁ ପଡ଼ିଥିଲା। ଯେଉଁଥିପାଇଁ ତାଙ୍କୁ ୩ ବର୍ଷ ଧରି ପରିଶ୍ରମ କରିବାକୁ ପଡିଥିଲା। ତେବେ ଲାଇସେନ୍ସ ମିଳିବା ପରେ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି ସୋନାଲି। ଏବେ ସୋନାଲିକା ଟ୍ରେନିଂ ପାଇଲଟ୍ ଭାବେ ଏକ ବିମାନ କମ୍ପାନୀରେ କାର୍ଯ୍ୟ କରିବେ। ନିଜ ସଫଳତାର ଶ୍ରେୟ ସେ ନିଜ ବାପା, ମାଆ ଓ ଜେଜେ, ଜଜେମାଙ୍କୁ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)