ଅକ୍ଷର ବ୍ୟୁରୋ: କେନ୍ଦ୍ରାପଡାଜିଲ୍ଲା ରାଜନଗର ବ୍ଲକ ରାଜପୁର ପଂଚାୟତ ବାଲିଚନ୍ଦ୍ରପୁର ଗାଁର କ୍ଷମାନିଧି ଦାସ ବନବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ବାଥିଙ୍ଗ ଘାଟ ଭିତରେ ଗାଧୋଉଥିବାବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ | ଆକ୍ରମଣରେ କ୍ଷମାନିଧିଙ୍କ ଦୁଇ ଗୋଡ଼ରେ ୪୦ରୁ ୫୦ଟି କ୍ଷତ ହୋଇଛି | ବାଥିଙ୍ଗ ଘାଟରେ ଗାଧୋଉଥିବା ଅନ୍ୟ ଲୋକମାନେ ପାଖରେ ଥିବା ବାଉଁଶ ଆଣି କୁମ୍ଭୀରକୁ ବାଡେଇବାରୁ କ୍ଷମାନିଧିଙ୍କ ଜୀବନ ବଞ୍ଚିଯାଇଛି | ଦୀର୍ଘ ୧୫ ମିନିଟ କାଳ କୁମ୍ଭୀର ସହ କ୍ଷମାନିଧି ଓ ଗ୍ରାମବାସୀଙ୍କ ଲଢେଇ ହୋଇଥିଲା | ତେବେ ପ୍ରାୟ ୨୫ ଫୁଟ ଲମ୍ବର କୁମ୍ଭୀର ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି |
ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, କୁମ୍ଭୀର ସହ ଲଢ଼ି ଜୀବନ ବଞ୍ଚାଇଲେ ଯୁବକ












Leave a Reply