କଟକ ସହରରୁ ହଟିଲା କର୍ଫ୍ୟୁ । ଏନେଇ ସୂଚନା ଦେଇଛନ୍ତି ପୁଲିସ କମିସନର ଏସ୍ ଦେବଦତ୍ତ ସିଂ । ସେ କହିଛନ୍ତି, କର୍ଫ୍ୟୁ ସମୟ ସୀମା ସରିଛି, କିନ୍ତୁ ଏବେ ବି ଟିମ୍ ଅନୁଧ୍ୟାନ କରୁଛି । ସମ୍ବେଦନଶୀଳ ସ୍ଥାନରେ ପୁଲିସ ମୁତୟନ ରହିବେ । ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେ ଦିଗ ଉପରେ ନଜର ରହିବ । ସାଧା ପୋଷାକରେ ପୁଲିସ ମୁତୟନ ହୋଇ ରହିବେ । ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ଥିଲା । କଟକର ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଥିଲା । ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ ହୋଇଥିଲା । ଆଉ ଏବେ କର୍ଫ୍ୟୁକୁ ହଟାଇଦିଆଯାଇଛି । ଆଗାମୀ ସମୟରେ ଦୋକାନ ବଜାର ଖୋଲିବ । ଚଳପ୍ରଚଳ ସ୍ୱାଭାବିକ ହେବ । ଯଦି ପୁଣି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତେବେ ପୁଣି ପୁଲିସ କାର୍ଯ୍ୟାନୁଷ୍ଠାନ ନେଇପାରେ । ସୂଚନାଯୋଗ୍ୟ, ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ଥିଲା । କଟକର ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଥିଲା । ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ ହୋଇଥିଲା । ଆଉ ଏବେ କର୍ଫ୍ୟୁକୁ ହଟାଇଦିଆଯାଇଛି । ଆଗାମୀ ସମୟରେ ଦୋକାନ ବଜାର ଖୋଲିବ । ଚଳପ୍ରଚଳ ସ୍ୱାଭାବିକ ହେବ । ଯଦି ପୁଣି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତେବେ ପୁଣି ପୁଲିସ କାର୍ଯ୍ୟାନୁଷ୍ଠାନ ନେଇପାରେ ।
କଟକ ସହରରୁ ହଟିଲା କର୍ଫ୍ୟୁ, କିନ୍ତୁ ସାଧା ପୋଷାକରେ ମୁତୟନ ହୋଇ ରହିବେ ପୁଲିସ ।












Leave a Reply