ଅକ୍ଷର ବ୍ୟୁରୋ: ୧୦ ବର୍ଷ ହାତୀର ମୃତଦେହ ଉଦ୍ଧାର । ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ ତାଳଗଣ୍ଡ ନାଳରୁ ହାତୀର ଗୁଳିବିଦ୍ଧ ମୃତ ଦେହ ଉଦ୍ଧାର ହୋଇଛି । ଗତକାଲି ସନ୍ଧ୍ୟାରେ ହାତୀଟିର ମୃତଦେହ ଠାବ କରିଥିଲା ବନ ବିଭାଗ । ମୃତ ହାତୀର ବୟସ ୧୦ ବର୍ଷ ହେବ । ନୟାଗଡ଼ ଜିଲ୍ଲାର ଶିକାରୀ ହାତୀକୁ ଗୁଳିମାଡ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ହାତୀର ଗୋଡ଼ରେ ଗୁଳି ବାଜି ଥିବାରୁ ତାହା ସଂକ୍ରମଣ ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ହାତୀର ଶବ ବ୍ୟବଚ୍ଛେଦ ହେବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ।
ଗଞ୍ଜାମ ଘୁମୁସର ବନଖଣ୍ଡରୁ ହାତୀର ଗୁଳିବିଦ୍ଧ ମୃତ ଦେହ ଉଦ୍ଧାର ।












Leave a Reply