ଅକ୍ଷର ବ୍ୟୁରୋ: କାଠଯୋଡ଼ି ନଦୀ ପଠାରୁ ମିଳିଲା ମହିଳାଙ୍କ ଅଧା ପୋତା ମୃତଦେହ । ମହିଳାଙ୍କୁ ମାରି ପୋତି ଦେଇଥିବା ସନ୍ଦେହ । କଟକ ବ୍ରାହ୍ମଣି ଗାଁ ନିକଟ କାଠଯୋଡ଼ି ନଦୀପଠାରେ ଘଟିଛି ଏହି ଘଟଣା । ମୃତ ମହିଳା ଜଣକର ପରିଚୟ ମିଳିନଥିବା ବେଳେ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ବାରଙ୍ଗ ଥାନା ପୋଲିସ ।
ଖବର ଅନୁଯାୟୀ, ସକାଳୁ ନିତ୍ୟକର୍ମ ପାଇଁ ନଦୀକୁ ଯାଇଥିବା ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ସ୍ପଟରେ ବାରଙ୍ଗ ଥାନା ଅଧିକାରୀ ଓ ଜୋନ ୪ ଏସିପି ପହଞ୍ଚିଛନ୍ତି । ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମର ମଧ୍ୟ ସହାୟତା ନିଆଯାଇଛି । ତେବେ ମୃତ ମହିଳା କିଏ, ଏଠାକୁ କେମିତି ଆସିଲେ ? ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।












Leave a Reply