ଅକ୍ଷର ବ୍ୟୁରୋ: କଟକ ସଦର ଥାନା ଅନ୍ତର୍ଗତ ପୁରୁଣା କାଚରାମାଳ ଚନ୍ଦନ ଯାତ୍ରାରେ ଖଣ୍ଡାରେ ଆକ୍ରମଣ । ଜଣେ ଯୁବକ ଗାଡିରେ ଆସି ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି । ଏଥିରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଗତକାଲି ରାତିରେ ଚନ୍ଦନ ଯାତ୍ରା ଚାଲିଥିବା ସମୟରେ ଯୁବକ ଜଣକ ଖଣ୍ଡାରେ ଆକ୍ରମଣ କରିଥିବା ଭିଡିଓ ସିସିଟିଭିରେ କଏଦ ହୋଇଛି । ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଆକ୍ରମଣ କରିଥିବା ଯୁବକ ଫେରାର ହୋଇଯାଇଛି । କେଉଁ କାରଣ ପାଇଁ ଯୁବକ ଏଭଳି ଆକ୍ରମଣ କରିଛନ୍ତି ତାହା ଜଣାପଡ଼ିନାହିଁ ।
କଟକ ସଦର ଥାନା ଅନ୍ତର୍ଗତ ଚନ୍ଦନ ଯାତ୍ରାରେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ; ଦୁଇ ଜଣ ଗୁରୁତର ଭାବେ ଆହତ ।













Leave a Reply