ଆଉ ନାହାଁନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଦେବେନ୍ଦ୍ର ପ୍ରଧାନ। ଦିଲ୍ଲୀରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସ ଭବନରେ ସେ ପ୍ରାଣ ତ୍ୟାଗ କରିଛନ୍ତି। ସକାଳ ପ୍ରାୟ ୧୦ଟା ବାଜି ୩୦ ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି। ଦେହାନ୍ତ ସମୟରେ ତାଙ୍କୁ ୮୩ ବର୍ଷ ବୟସ ହୋଇଥିବା ଖବର ମିଳିଛି। ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିଛି। ତାଙ୍କର ବିୟୋଗ ସମଗ୍ର ରାଜନୈତିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି ,କାରଣ ସେ ଜଣେ ଭଲ ରାଜନେତା ହେବା ସହ ଜଣେ ଭଲ ଡାକ୍ତର ମଧ୍ୟ ଥିଲେ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିବା ସହ ଶେଷ ଦର୍ଶନ କରିଛନ୍ତି।
ଦେବେନ୍ଦ୍ର ପ୍ରଧାନ ପୂର୍ବରୁ ବାଜପେୟୀଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବେ ନିଯୁକ୍ତି ହୋଇଥିଲେ। ପରେ ରାଜ୍ୟ ସଭାପତି ଭାବେ ତାଙ୍କୁ ତିନି ଥର ନିଜର କାର୍ଯ୍ୟ ତୁଲାଇବାକୁ ପଡିଥିଲା। ପରେ ସେ ଦୁଇ ଥର ଦେବଗଡ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। କେବଳ ଏତିକି ନୁହେଁ ସେ ତାଙ୍କ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀର ଅଧିକାରୀ ମଧ୍ୟ ଥିଲେ।















Leave a Reply