ଦେବଗଡ଼ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ଅନୁଷ୍ଠିତ

ଦେବଗଡ଼ର ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ସଭା ପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ବରେଣ୍ୟ ଅତିଥି ଡି.ଏଲ. ଏସ୍. ଏ. ଅପୂର୍ବା ଚୌଧୁରୀ, ଜିଲ୍ଲା ଶ୍ରମ ଅଧିକାରିଣୀ ପଦ୍ମାବତୀ ମାରାଣ୍ଡି, ମାନ୍ୟବର ସଂସଦ ସମ୍ବଲପୁରଙ୍କ ପ୍ରତିନିଧି ଅରୁଣ ସାହୁ, ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ ଭୋଜ, ଯୋଗ ଦେଇ ପବିତ୍ର ଶ୍ରମିକ ଦିବସର ଶୁଭ ଅବସରରେ ଶ୍ରମିକ ଭାଇ ଓ ଭଉଣୀମାନଙ୍କର ଉନ୍ନତୀ ନିମନ୍ତେ ଉଭୟ ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ଭାଇ ଓ ଭଉଣୀ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ ବୋଲି କହିଥିଲେ। ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରି ବିଭିନ୍ନ କଲ୍ୟାଣ ଯୋଜନା ହାତକୁ ନେଇଛନ୍ତି। ଏହି ସବୁ ଯୋଜନା ସେମାନଙ୍କର ଜୀବନର ମାନ ବୃଦ୍ଧି ରେ ନିଶ୍ଚୟ ରୂପରେ ସହାୟକ ହେଇପାରିବ ବୋଲି ଅତିଥିମାନେ ତାଙ୍କ ବ୍ୟକ୍ତବରେ ଉପସ୍ଥାପନ କରିଥିଲେ।

ଆଜି ଏହି ପବିତ୍ର ଦିବସରେ ଜିଲ୍ଳା ଶ୍ରମ ବିଭାଗ ପକ୍ଷରୁ ସହାୟତା ରାଶି, ଶିକ୍ଷା ସହାୟତା ରାଶି ୨୦ ଜଣଙ୍କୁ ୨୫୧୬୦୦ ଟଙ୍କା, ପ୍ରସୂତି କାଲିନ ସହାୟତା ୨୨ ଜଣଙ୍କୁ ୨୨୦୦୦୦, ବିବାହ କାଳୀନ ସହାୟତା ୫୩ ଜଣଙ୍କୁ ୨୬୫୦୦୦୦ ଟଙ୍କା, ମୃତ୍ୟୁ ସହାୟତା ୫୩ ଜଣଙ୍କୁ ୧୨୩୦୦୦୦୦ ଟଙ୍କା, ଶବଦାହ ସହାୟତା ୫୨ ଜଣଙ୍କୁ ୨୬୦୦୦୦ ଟଙ୍କା ମୋଟ ୧୫୬୮୧୬୦୦ ଟଙ୍କା ସହାୟତା ରାଶି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରଯାଇଥିଲା। କାର୍ଯ୍ୟକ୍ରମରେ ଶ୍ରମ ସଂଯୋଜକ ରତନ କୁମାର ରାଏ, ଶ୍ରମ ବିଭାଗର କର୍ମଚାରୀ, ତିନି ବ୍ଲକରୁ ଆସିଥିବା ସଂଗଠିତ ଓ ଅଣସଂଗଠିତ କାର୍ଯ୍ୟରତ ଶ୍ରମିକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial