ଅକ୍ଷର ବ୍ୟୁରୋ: ଢେଙ୍କାନାଳ ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲା ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅନ୍ୟ ବିଶିଷ୍ଟ ଅତିଥିଙ୍କ ସହ ଯୋଗ ଦେଇଥିଲେ ଏବଂ ଢେଙ୍କାନାଳ ଜିଲ୍ଲାର ଗୌରବ ବଢ଼ାଇଥିବା କୃତୀ ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତମାନଙ୍କୁ ସମ୍ମାନିତ କରିଥିଲେ । ମାଟ୍ରିକ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ମେଧାବୀ ଓ ଜାତୀୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ପଦକ ଜିତିଥିବା ଖେଳାଳିମାନେ ଆମ ଜିଲ୍ଲାର ଆଶା ଓ ଭବିଷ୍ୟତ ବୋଲି ମନ୍ତ୍ରୀ ସମ୍ବୋଧନ କରିଥିଲେ । ଏବଂ ମୋର ଦୃଢ଼ ବିଶ୍ୱାସ,ଏହି ଯୁବ ପ୍ରତିଭାମାନେ ଆଗକୁ ଜିଲ୍ଲା, ରାଜ୍ୟ ଓ ଦେଶ ପାଇଁ ଆହୁରି ଅଧିକ ଗୌରବ ଆଣିବେ ବୋଲି ମନ୍ତ୍ରୀ କହିଥିଲେ ।
ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ‘ମେଧାବୀ ସମ୍ବର୍ଦ୍ଧନା ସମାରୋହ-୨୦୨୬’ ଅନୁଷ୍ଠିତ ।












Leave a Reply