ରାଜ୍ୟରେ କୋଭିଡ୍‌ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା:

ଏବେ ଦେଖାଯାଉଥିବା କୋଭିଡ୍‌ କେସକୁ ଲହର କୁହାଯାଇପାରିବ ନାହିଁ । ଦୁଇ ତିନିଟି ଲହର ପରେ ଏହା ସାଧାରଣ ଥଣ୍ଡା କାଶ ରୋଗରେ ପାଲଟିଛି । ମଝିରେ ମଝିରେ କୋଭିଡ୍‌ ହେଉଛି, କେହି ଗୁରୁତର ହେଉନାହାନ୍ତି। ଅକ୍ଟୋବର ଯାଏଁ ପଜିଟିଭ ଆସୁଥିଲା, ଏବେ ଜଣେ ପଜିଟିଭ ଚିହ୍ନଟ । ତାଙ୍କର ବିଭିନ୍ନ ରୋଗ ପାଇଁ ଦେହ ଖରାପ ଥିଲା, କୋଭିଡ୍‌ ନୁହେଁ । ଭାରିଆଣ୍ଟ ଜାଣିବାକୁ ନମୁନାକୁ ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । କୋଭିଡ୍‌ ଲାଗି ରାଜ୍ୟ ସରକାର ପ୍ରସ୍ତୁତ, ଭୟଭୀତ ହୁଅନ୍ତୁ ନାହିଁ ।

ଭୁବନେଶ୍ୱରରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ନେଇ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ସତର୍କ ସୂଚନା ଜାରି କରିଛି । ତେବେ ନିକଟରେ ଏକ ସାମ୍ପ୍ରତିକ ଅନୁସନ୍ଧାନରେ ଜଣାପଡିଛି ଯେ, A, B ଏବଂ Rh+ ରକ୍ତ ଗ୍ରୁପ ଥିବା ବ୍ୟକ୍ତିମାନେ କୋଭିଡ-୧୯ ସଂକ୍ରମଣ ହେବାର ଅଧିକ ଆଶଙ୍କା ଥାଏ। ଯେତେବେଳେ O, AB ଏବଂ Rh- ରକ୍ତ ଗ୍ରୁପ ଥିବା ବ୍ୟକ୍ତିଙ୍କ ସଂକ୍ରମଣ ହେବାର ଆଶଙ୍କା କମ ଥାଏ। ଜର୍ନାଲ ‘Frontiers in Cellular and Infection Microbiology’ରେ ପ୍ରକାଶିତ ତଥ୍ୟ ଏବେ ସମସ୍ତଙ୍କୁ ତାଜୁବ କରିଦେଇଛି । ଗବେଷଣା ଅନୁସାରେ, A, B ଏବଂ Rh+ ରକ୍ତ ଗ୍ରୁପ ଥିବା ବ୍ୟକ୍ତିଙ୍କ ମଧ୍ୟରେ କୋଭିଡ-୧୯ ସଂକ୍ରମଣର ସମ୍ଭାବନା ଅଧିକ ରହିଛି। ଅନ୍ୟପଟେ O, AB ଏବଂ Rh- ରକ୍ତ ଗ୍ରୁପ ଥିବା ବ୍ୟକ୍ତିଙ୍କୁ ସଂକ୍ରମଣ କମ ଥାଏ ।

O ରକ୍ତ ଗ୍ରୁପକୁ ଏକ ପ୍ରାକୃତିକ ସୁରକ୍ଷା କାରକ ଭାବେ ବିବେଚନା କରାଯାଇଛି । ଅଧ୍ୟୟନରେ ଦେଖାଯାଇଛି ଯେ, B ରକ୍ତ ଗ୍ରୁପ ଥିବା ପୁରୁଷ ରୋଗୀମାନେ ମହିଳାଙ୍କ ତୁଳନାରେ ଅଧିକ ସଂକ୍ରମଣ ଥା’ନ୍ତି । ସେହିପରି, ୬୦ ବର୍ଷରୁ କମ ବୟସର AB ରକ୍ତ ଗ୍ରୁପ ଥିବା ବ୍ୟକ୍ତିଙ୍କ ମଧ୍ୟରେ ସଂକ୍ରମଣର ଆଶଙ୍କା ଅଧିକ। କିଛି ଅନ୍ୟ ଅଧ୍ୟୟନ, ଯେପରିକି ଯୁକ୍ତରାଷ୍ଟ୍ରରେ କରାଯାଇଥିବା ଗବେଷଣା, ଦାବି କରିଛି ଯେ ରକ୍ତ ଗ୍ରୁପ ଓ କୋଭିଡ-୧୯ ସଂକ୍ରମଣ ମଧ୍ୟରେ କୌଣସି ସିଧାସଳଖ ସମ୍ପର୍କ ନାହିଁ। ଏହି ଅଧ୍ୟୟନ ଅନୁସାରେ, A, B, AB କିମ୍ବା O ରକ୍ତ ଗ୍ରୁପ ସଂକ୍ରମଣ ବା ଗୁରୁତରତା ସହ ଜଡିତ ନୁହେଁ। ତେଣୁ, ଏହି ବିଷୟରେ ଅଧିକ ଗବେଷଣା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅନୁସନ୍ଧାନରୁ ଜଣାପଡିଛି ଯେ ରକ୍ତ ଗ୍ରୁପରେ ଥିବା ର୍ନିଦ୍ଦିଷ୍ଟ ଆଣ୍ଟିଜେନ ଭୁତାଣୁର ସଂକ୍ରମଣ କ୍ଷମତାକୁ ପ୍ରଭାବିତ କରିପାରେ । ଉଦାହରଣ ସ୍ୱରୂପ, O ରକ୍ତ ଗ୍ରୁପ ଥିବା ବ୍ୟକ୍ତିଙ୍କଠାରେ ସଂକ୍ରମଣର ଆଶଙ୍କା କମ୍ ଥାଏ କାରଣ ଏହାର ଆଣ୍ଟିଜେନ ଗଠନ ଭୁତାଣୁକୁ ଶରୀରରେ ପ୍ରବେଶ କରିବାରେ ବାଧା ସୃଷ୍ଟି କରିପାରେ । କିନ୍ତୁ, ଏହା ସମ୍ପୂର୍ଣ୍ଣ ସୁରକ୍ଷା ଦେଇନଥାଏ ବୋଲି ଗବେଷକମାନେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)