ଅକ୍ଷର ବ୍ୟୁରୋ: ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅସ୍ୱାଭାବିକ ସ୍ଥିତି । ଆବଶ୍ୟକ ନପଡିଲେ ଘରୁ ବାହାରନ୍ତୁ ନାହିଁ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ କରାଇଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଅଂଶୁଘାତ ନେଇ ବିଭାଗ ସଚେତନ ଅଛନ୍ତି, ଏନେଇ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଅନେକ ଗୁଡିଏ ଅଂଶୁଘାତ ଜନିତ ମୃତ୍ୟୁର ରିପୋର୍ଟ ଆସୁଛି କିନ୍ତୁ ସେଗୁଡିକ ପୋଷ୍ଟମର୍ଟମ କରିବା ପରେ ହିଁ ଜଣାପଡିବ ଅଂଶୁଘାତ ଜନିତ ମୃତ୍ୟୁ ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ । ଏହାର ରିପୋର୍ଟ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି । ବର୍ତ୍ତମାନ ବିଶେଷ ସଂଖ୍ୟା ଆସିନାହିଁ । ଯାହା ମୃତ୍ୟୁ ଖବର ଆସୁଛି ତାହା ଚିନ୍ତାଜନକ ନୁହେଁ ।
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ କରାଇଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।









Leave a Reply