ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ଓଲନ୍ଦା ସାରଗାଁ ଅଞ୍ଚଳରେ ଜଙ୍ଗଲରୁ ବୃଦ୍ଧଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଜଣକ ହେଉଛନ୍ତି ଓଲନ୍ଦା ସାରଗାଁର କୈଳାସ ପ୍ରଧାନ ( ୬୦) । କୈଳାସ ପ୍ରାୟ ୨୦ ରୁ ୨୫ ଦିନ ହେବ ନିଖୋଜ ଥିବା ଜଣାପଡିଛି | ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଓ ହାଡ଼ ଗୁଡ଼ିକ ଅଲଗା ଅଲଗା ଜାଗାରେ ବିକ୍ଷିପ୍ତ ହୋଇ ପଡିଛି | ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି ।ସୂଚନା ଅନୁଯାୟୀ, ଗାଁର କିଛି ମହିଳା ଜଙ୍ଗଲକୁ କାଠ ସଂଗ୍ରହ କରିବା ପାଇଁ ଯାଇଥିବାବେଳେ ଦେଖିବାକୁ ପାଇଥିଲେ । ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଓ ସ୍ପେଶାଲ୍ ସ୍କ୍ୱାଡ୍କୁ ଅଧିକ ତଦନ୍ତ ପାଇଁ ଡକାଯାଇଛି ।
ଜଙ୍ଗଲରୁ ନିଖୋଜ ବୃଦ୍ଧଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର













Leave a Reply