ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ ମାନ୍ୟବର ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ବୁଧବାର ଦିନିକିଆ ଗ୍ରସ୍ତରେ ଦେବଗଡ଼ ଆସି ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଯୋଗ ଦେଇଥିଲେ। ଯେଉଁଠି ଜିଲ୍ଲାର କାର୍ଯ୍ୟକାରୀ କରାଯାଉଥିବା ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ଦ୍ୱାରା ଦିଆଯାଉଥିବା ସମସ୍ତ ସୁବିଧା ଜିଲ୍ଲାବାସୀଙ୍କ ପାଖରେ ପହଞ୍ଚୁଛି କି ନାଇଁ ତାର ସମୀକ୍ଷା କରିବେ।
ବୈଠକରେ ମନ୍ତ୍ରୀଙ୍କ ସମେତ ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଅଧ୍ୟକ୍ଷ ଜିଲ୍ଲାପରିଷଦ କୌଶିକ କୁମାର ପ୍ରଧାନ, ନିର୍ଦ୍ଦେଶକ ଲ୍ୟାଣ୍ଡ ରେକର୍ଡ ସର୍ଭେ ନିଗମାନନ୍ଦ ପଣ୍ଡା, ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଜିଲ୍ଲା ବନଖଣ୍ଡ ଅଧିକାରୀ ମଗର ଧନଜୀ ରାଓସ, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ପରକ୍ଷିତ ସାହୁ, ଉପାଧ୍ୟାକ୍ଷା ଜିଲ୍ଲାପରିଷଦ ବର୍ଷାରାଣୀ ମୁଣ୍ଡା, ସାଂସଦଙ୍କ ପ୍ରତିନିଧି ଅରୁଣ କୁମାର ସାହୁ, ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ।












Leave a Reply