ଅକ୍ଷର ବ୍ୟୁରୋ: ରାଜ୍ୟବ୍ୟାପୀ ସରକାରୀ ଡାକ୍ତରଙ୍କ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଥିବାବେଳେ ସ୍ୱାସ୍ଥ୍ୟସେବା ଉପରେ ଏହାର ପ୍ରଭାବ ଆହୁରି ଗଭୀର ହୋଇଛି। ୧୦ ଦଫା ଦାବି ପୂରଣ ଦାବିରେ ଡାକ୍ତରମାନେ ନିଜ ଆନ୍ଦୋଳନକୁ ଜାରି ରଖିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ଏସ୍ମା (Essential Services Maintenance Act) ମଧ୍ୟ ଏହାକୁ ରୋକିପାରିନାହିଁ। ଫଳରେ ବିଭିନ୍ନ ସରକାରୀ ହସ୍ପିଟାଲରେ ଚିକିତ୍ସା ସେବା ବ୍ୟାହତ ହୋଇଥିବାବେଳେ ରୋଗୀ ଓ ସେମାନଙ୍କ ପରିବାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଡାକ୍ତର ସଂଘ ପକ୍ଷରୁ ଡାକ୍ତରଙ୍କ ସୁରକ୍ଷା, କ୍ୟାଡର ପୁନର୍ଗଠନ, ଲେଭେଲ-୧୫ ପେ’ ସ୍କେଲ ଉଚ୍ଛେଦ, ସ୍ୱଚ୍ଛ ବଦଳି ନୀତି, କେବିକେ ଏଗ୍ଜିଟ୍ ପଲିସି, ବୀମା ସୁବିଧା, ଦନ୍ତ ଡାକ୍ତରଙ୍କ ପାଇଁ ପ୍ରୋତ୍ସାହନ ସମେତ ମୋଟ ୧୦ଟି ଦାବି ଉଠାଯାଇଛି। ଏହି ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ସ୍ପଷ୍ଟ କରିଛି। ତେବେ ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ଡାକିଲେ ସକାରାତ୍ମକ ଭାବେ ବୈଠକରେ ଯୋଗଦେବେ ବୋଲି ଡାକ୍ତର ସଂଘ କହିଛି।















Leave a Reply