ରାଉରକେଲାରେ ଡବଲ୍ ଏନକାଉଣ୍ଟର। ଦୁଇ ଡକାୟତଙ୍କୁ ପୋଲିସର ଏନ୍କାଉଣ୍ଟର। ଡକାୟତି କରି ଖସିଯାଉଥିବା ବେଳେ ଦୁଇ ଜଣଙ୍କୁ ପୋଲିସ ଏନକାଉଣ୍ଟର କରିଛି। ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ଡୁଗ୍ରୁ ଢ଼ାବା ମାଲିକଙ୍କୁ ୬ରୁ୭ ଦୁର୍ବୃତ୍ତ ହୋଟେଲରେ ପଶି ବନ୍ଧୁକ ଓ ଛୁରୀ ଦେଖାଇ ଡକାୟତି କରିବାକୁ ଆସିଥିଲେ। ଡକାୟତି ସମୟରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ। ସେଥିରେ ହୋଟେଲ ମାଲିକଙ୍କ ଗୋଡରେ ଗୁଳି ବାଜିଥିଲେ। ତେବେ ଦୁବୃର୍ତ୍ତମାନେ ଟଙ୍କା ନେଇ ଗୁଳିମାଡ଼ କରି ଫେରାର ହେବା ବେଳେ ପୋଲିସ ସହ ହୋଇଛି ଗୁଳି ବିନିମୟ। ଦୃର୍ବୁତ୍ତମାନେ ପୋଲିସକୁ ଦେଖି ଗୁଳିମାଡ କରିଥିଲେ। ଏହାର ପାଲଟା ଜବାବ ଦେଇଛି ପୋଲିସ ଯାହାଫଳରେ ଦୁଇ ଜଣ ଅଭିଯୁକ୍ତ ଆହତ ହୋଇଛନ୍ତି। ୨୦ ହଜାର ଟଙ୍କା ନେଇ ଫେରାର ହେବା ବେଳେ ଏନକାଉଣ୍ଟର ହୋଇଛି । ଦୁଇ ଡକାୟତଙ୍କୁ ଗୁରୁତର ଅବସ୍ଥାରେ ଆରଜିଏଚରେ ଭର୍ତ୍ତି କରାଯାଇଛି।
ରାଉରକେଲାରେ ଡବଲ୍ ଏନକାଉଣ୍ଟର; ୨୦ହଜାର ଟଙ୍କା ନେଇ ଫେରାର ହେବା ବେଳେ ହୋଇଛି ଏନକାଉଣ୍ଟର ।












Leave a Reply