ଅକ୍ଷର ବ୍ୟୁରୋ: ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ପାନୀୟ ଜଳ ନିଗମ । ଗ୍ରାମଞ୍ଚଳରେ ପାନୀୟ ଜଳ ପରିଚାଳନା ଏବଂ ରକ୍ଷଣ ବେକ୍ଷଣ ନୀତି ୨୦୨୬ କାର୍ଯ୍ୟକାରୀ କରିବାରେ ରହିବ ବଡ଼ ଭୂମିକା । ନିଗମ ଗଠନ ନେଇ ଖୁଵଶୀଘ୍ର ଦୁଇଟି ରାଜ୍ୟକୁ ଯିବ ସ୍ୱତନ୍ତ୍ର ଟିମ୍ । ସୂଚନା ଦେଇ କହିଛନ୍ତି ପଞ୍ଚାୟତିରାଜ ଓ ଜଳଯୋଗାଣ ମନ୍ତ୍ରୀ ରବି ନାୟକ । ମଧ୍ୟ ପ୍ରଦେଶ ଏବଂ କର୍ଣ୍ଣାଟକକୁ ଟିମ୍ ଯାଇ ନିଗମର ରୂପରେଖ କେମିତି ହେବ ସେ ବାବଦରେ ଅନୁଧ୍ୟାନ କରିବେ । ଆଇଟି ଏବଂ ଡିଜିଟାଲ ପ୍ଲାଟଫର୍ମ ସହ ନିଗମ କାର୍ଯ୍ୟ କରିବ ।
୨୦୭ମେଗା ପ୍ରକଳ୍ପ, ୧୮ହଜାର ୭୦୦ ସିଙ୍ଗଲ ଭାଲ୍ଭ, ୬ହଜାର ୫୫୧ ସୋଲାର ସିଷ୍ଟମ ପରିଚାଳନାକୁ ନିଗମ ନିରୀକ୍ଷଣ କରିବ । ନୂଆ ନୀତିରେ ମେଗା ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣ ବେକ୍ଷଣ ଦାୟିତ୍ୱ ୫ବର୍ଷ ପାଇଁ ଗୋଟିଏ ଏଜେନ୍ସିକୁ ଦିଆଯିବ । ପାଞ୍ଚ ବର୍ଷ ପରେ ଦାୟିତ୍ୱ ପଞ୍ଚାୟତର ସରପଞ୍ଚକୁ ହସ୍ତାନ୍ତର କରିବୁ । ଭିଲେଜ ୱାଟର ସାନିଟେସନ କମିଟିର ଭାଗିଦାରୀରେ ହେବ । ପାଣି ପହଂଚିଲାଣି କି ନାହିଁ, କେଉଁଠି ବିଶୋଧନ ହେବ । ଏହା ଗାଁ କମିଟି ବ୍ଲକକୁ ଅବଗତ କରିବ । ବ୍ଲକ ଜିଲ୍ଲା ତଥା ଭିଲେଜ ୱାଟର ସାନିଟେସନ କମିଟିରେ ଥିବା ମ୍ୟାନେଜରଙ୍କୁ ଜଣାଇବାକୁ ମଧ୍ୟ ଦାୟିତ୍ୱ ଦିଆଯିବ । ୧୯ ଟି ପଏଣ୍ଟ ଭାରତ ସରକାର ଦେଇଛନ୍ତି ତାକୁ ଆଧାର କରିକି ସରକାର ନୀତି ପ୍ରଣୟନ କରିଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ।












Leave a Reply