ଆଜି e-KYC ଯାଞ୍ଚ କରିବାର ଶେଷ ତାରିଖ, ନଚେତ୍ ୩ ମାସ କାର୍ଡ ସସ୍‌ପେଣ୍ଡ୍‌ ବୋଲି କହିଲେ ଯୋଗାଣ ମନ୍ତ୍ରୀ ।

ରାସନ୍‌ କାର୍ଡ ହିତାଧିକାରୀଙ୍କ ପାଇଁ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ଆଜି e-KYC ଯାଞ୍ଚ କରିବାର ଶେଷ ତାରିଖ ବୋଲି ମନ୍ତ୍ରୀ କହିଛନ୍ତି । ଯେଉଁମାନେ ଆଜି e-KYC ନକରିବେ ୩ ମାସ କାର୍ଡ ସସ୍‌ପେଣ୍ଡ୍‌ ହେବ । ୩ ମାସ ଭିତରେ e-KYC କଲେ କାର୍ଡ ପୁନଃ ସଚଳ, ନଚେତ୍‌ କଟିଯିବ । ଏଯାବତ ୨୦ ଲକ୍ଷ ୫୮ ହଜାର e-KYC କରି ନାହାନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ, ଧାନ କିଣା ଅବଧି ସରିଥିଲେ ବି ସମସ୍ତ ଟୋକନ୍‌ରୁ ଧାନ କିଣିବେ ସରକାର । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଧାନ ବିକିବାକୁ ଥିବା ଚାଷୀଙ୍କୁ ଆଜି ଆଖି ସ୍କାନ୍‌ କରିବାକୁ ପଡ଼ିବ । ଆଜି ଆଖି ସ୍କାନ୍‌ କରିଥିଲେ ପରବର୍ତ୍ତୀ ସମୟରେ ଧାନ କିଣି ହେବ । ସରକାର ୧୯ ଲକ୍ଷ ମେଟ୍ରିକ୍‌ ଟନ୍‌ ରବି ଧାନ କିଣି ସାରିଲେଣି । ଗତ ବର୍ଷ ୧୨ ଲକ୍ଷ ମେଟ୍ରିକ୍‌ ଟନ୍‌ କିଣା ଯାଇଥିଲା, ଅଧିକ କିଣା ଗଲାଣି । ତଥାପି ସମସ୍ତଙ୍କର ଧାନ କିଣା ଯିବ, ଟୋକନ୍‌ ଲସ ଯିବନି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial