ହାତୀ ଆକ୍ରମଣରେ ବୃଦ୍ଧା ମୃତ

ଅକ୍ଷର ବ୍ୟୁରୋ: ରାଉରକେଲା ବନଖଣ୍ଡର ବାଙ୍କି ବନାଞ୍ଚଳ ଅଞ୍ଚଳର ସାଲେଇଡିହି ଗ୍ରାମରେ ଯମୁନା ମାହାନ୍ତ (୬୦) ନାମକ ଜଣେ ବୃଦ୍ଧାଆଜି ସକାକୁ ଶୌଚ ହେବାକୁ ଯାଇଥିବା ବେଳେ ହଠାତ ହାତୀ ସାମ୍ନାକୁ ପଳାଇ ଆସିଥିଲା। ବୃଦ୍ଧାଙ୍କୁ ହାତୀ କଚାଡ଼ି ଦଳିଦେଇଥିଲା | ଏଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚିଛି। ଏକ ଛଅ ଟିକିଆ ହାତୀ ଦଳ ଆସିଥିବା ବେଳେ ବନ ବିଭାଗ ତାଙ୍କୁ ଘଉଡାଇଥିଲେ କିନ୍ତୁ ଗୋଟିଏ ଫେରି ଆସିଥିଲା | ହାତୀକୁ ପୁଣି କେମିତି ଘଉଡ଼ାଯିବ, ସେଥିପାଇଁ ବନ ବିଭାଗ ଏକ ଟିମ ଗଠନ କରିବେ ବୋଲି ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)