ତିର୍ତ୍ତୋଳରେ ହଠାତ୍ ଜଳିଗଲା ଇଭି ସ୍କୁଟି, ଅଳ୍ପକେ ବର୍ତ୍ତିଲେ ଚାଳକ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଳ କଲେଜ ସମ୍ମୁଖରେ ଚଳନ୍ତା ଇଭି ସ୍କୁଟିରେ ଅଗ୍ନିକାଣ୍ଡ ଘଟିଛି। ହଠାତ୍ ସ୍କୁଟିରୁ ଧୂଆଁ ବାହାରିବା ପରେ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ଇଭି ସ୍କୁଟିଟି ଜଳିଯାଇଥିଲା।

ସୂଚନା ଅନୁସାରେ, ଜଳିଯାଇଥିବା ଇଭି ସ୍କୁଟିଟି ଜଣେ ଆରଟିଓ ଅଫିସ୍ କର୍ମଚାରୀଙ୍କର। ଗାଡ଼ିରେ ହଠାତ୍ ଧୂଆଁ ବାହାରିବା ଦେଖିବା ପରେ ଘଟଣାସ୍ଥଳରେ ଆତଙ୍କ ସୃଷ୍ଟି ହୋଇଥିଲା। ପରେ ନିଆଁ ଲାଗିବାରୁ ସ୍କୁଟିଟି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡ଼ିଛି। ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ ସ୍କୁଟି ଚାଳକଙ୍କର କୌଣସି କ୍ଷତି ହୋଇନାହିଁ। ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଇଭି ସ୍କୁଟିରେ କେଉଁ କାରଣରୁ ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇନଥିବା ବେଳେ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହେବା ନେଇ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial