ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀ

ଅକ୍ଷର ବ୍ୟୁରୋ: ସମ୍ବଲପୁର ସଦର ବନାଞ୍ଚଳ ଅନ୍ତର୍ଗତ ବଦୁଆ ପାଳି ଝାଙ୍କରବାହାଲି ରାସ୍ତାର ଡେରା ନିକଟରେ ବିଦ୍ୟୁତ ଆଘାତରେ ଏକ ହାତୀର ମୃତ୍ୟୁ ହେରିଥିବା ଖବର ମିଳିଛି । ମୃତ ହାତୀର ବୟସ ୧୫ବର୍ଷ ହେବ ବୋଲି ଜଣାପଡିଛି । ଧମା ଥାନା ଅନ୍ତର୍ଗତ ବଦୁଆପାଲି ଗ୍ରାମ ନିକଟସ୍ଥ ଏକ ଆମ୍ବ ତୋଟାକୁ ପଶିବା ପାଇଁ ଉକ୍ତ ମାଈ ହାତୀ ଉଦ୍ୟମ କରୁଥିଲା । ଏହି ସମୟରେ ଏହାର ପାଚେରୀରେ ଖଞ୍ଜା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ହାତୀଟିର ମୃତ୍ୟୁ ହୋଇଛି । ସୂଚନା ପାଇ ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial