ଅକ୍ଷର ବ୍ୟୁରୋ: ଆନନ୍ଦପୁର ପୌରପରିଷଦ ନମ୍ବର ୱାର୍ଡରେ ବୁଲୁଛି ଦନ୍ତା । ସକାଳୁ ପୌର ପରିଷଦର ୭ ନମ୍ବର ୱାର୍ଡରେ ଦନ୍ତା ବୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇଛନ୍ତି । ଜଣେ ବ୍ୟକ୍ତି ଆମ୍ବ ତୋଳିବାକୁ ବାଡ଼ିକୁ ଯାଇଥିବା ବେଳେ ହାତୀକୁ ଦେଖିଥିଲେ । ସେହି ବ୍ୟକ୍ତିଙ୍କ ସାଇକେଲକୁ ଦଳି ଚକଟି ଦେଇଛି ହାତୀ । ସୂଚନା ପାଇ ଆନନ୍ଦପୁର ବନ ବିଭାଗ ପହଁଞ୍ଚି ହାତୀକୁ ଘଉଡ଼ାଇବାକୁ ପ୍ରୟାସ ଜାରି ରଖିଥିବା ବେଳେ ବର୍ତ୍ତମାନ ହାତୀଟି ହଦଗଡ଼ ହସ୍ତୀ ଅଭୟରଣ୍ୟ ମୁହାଁ ହୋଇଛି ।
ଆନନ୍ଦପୁର ପୌରପରିଷଦ ନମ୍ବର ୱାର୍ଡରେ ବୁଲୁଛି ହାତୀ, ଭୟଭୀତ ଗ୍ରାମବାସୀ













Leave a Reply