ଅକ୍ଷର ବ୍ୟୁରୋ: ସମ୍ବଲପୁର ବୁଢ଼ାରାଜା ଅଞ୍ଚଳରେ ହୁତୁହୁତୁ ହୋଇ ଜଳିଗଲା ଚଷମା ଦୋକାନ । ଆକାଶକୁ ଛୁଇଁ ଉଠିଥିଲା କଳା ଧୂଆଁର ପାହାଡ଼ । ଆଜି ସକାଳୁ ଘଟିଥିବା ଏହି ଭୟଙ୍କର ଅଗ୍ନିକାଣ୍ଡ ଏବେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ସୂଚନା ମୁତାବକ, ବୁଢ଼ାରାଜା ଫାଟକ ଅଞ୍ଚଳରେ ଥିବା ଏହି ଦୋକାନରେ ଅକସ୍ମାତ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ଏତେ ଭୟଙ୍କର ରୂପ ନେଇଥିଲା ଯେ ପୂରା ଦୋକାନଟି ନିମିଷକ ମଧ୍ୟରେ ଜଳିପୋଡ଼ି ଛାରଖାର ହୋଇଯାଇଛି । ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ପ୍ରବଳ ଧୂଆଁ ଯୋଗୁଁ ସମ୍ପୂର୍ଣ୍ଣ ଅଞ୍ଚଳ ଆବୃତ ହୋଇପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ବାଧା ସୃଷ୍ଟି ହୋଇଛି ।
ସର୍ଟ ସର୍କିଟ୍ ଯୋଗୁଁ ଜଳିଗଲା ଚଷମା ଦୋକାନ; ନିମିଷକ ମଧ୍ୟରେ ଜଳିପୋଡ଼ି ସବୁ ଛାରଖାର ।












Leave a Reply