ସୋର ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ ମୃତ

ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିବାବେଳେ ପଛରୁ ଆସିଥିବା ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି | ସ୍ଥାନୀୟ ଲୋକେ ଟ୍ରକ ଚାଳକକୁ କାବୁ କରି ସୋର ପୁଲିସକୁ ହସ୍ତାନ୍ତର କରିଛନ୍ତି | ପୁଲିସ ଘଟଣାସ୍ଥଳରୁ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଶବ ଜବତ କରି ସୋର ଡାକ୍ତରଖାନାରେ ବ୍ୟବଛେଦ ପାଇଁ ପଠାଇଛି । ଦୁଇ ଜଣଙ୍କର ପରିଚୟ ମିଳିନାହିଁ |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)