ଅକ୍ଷର ବ୍ୟୁରୋ: ଜଳିଗଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ । ଭୁବନେଶ୍ୱରର ଖଣ୍ଡଗିରି ନିକଟସ୍ଥ ଜାଗମରା ବେସ୍ରେ ଆଜି ଭୋର ସମୟରେ ଏକ ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ ଘଟିଛି । ଆମ୍ବୁଲାନ୍ସଟି ରୋଗୀକୁ ଛାଡ଼ି ଫେରିବା ପରେ ବେସ୍ରେ ରଖାଯାଇଥିଲାବେଳେ କିଛି ସମୟ ମଧ୍ୟରେ ଆମ୍ବୁଲାନ୍ସର ଆଗ ଭାଗରୁ ହଠାତ୍ ନିଆଁ ବାହାରିଥିଲା । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।ଅଗ୍ନିକାଣ୍ଡ ସଠିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣା ସମୟରେ ଆମ୍ବୁଲାନ୍ସ କର୍ମଚାରୀମାନେ ବାହାରେ ଥିବାରୁ କୌଣସି କ୍ଷତି ହୋଇନାହିଁ ।
ଆମ୍ବୁଲାନ୍ସରେ ନିଆଁ; ଅଳ୍ପକେ ବର୍ତ୍ତିଲେ କର୍ମଚାରୀ












Leave a Reply