କଟକ ଦୋଳମୁଣ୍ଡାଇ ଛକରେ ଏକ ବଡଧରଣର ଅଗ୍ନିକାଣ୍ଡ। ଦୋଳମୁଣ୍ଡାଇ ଛକରେ ଥିବା ଭିଆଇପି ସୋ’ରୁମରେ ଲାଗିଲା ନିଆଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀକୁ ଡକାଯାଇଛି। ୩ଟି ଦମକଳ ନିଆଁ ଲିଭାଇବାରେ ଲାଗିଛନ୍ତି। ତେବେ ଉପର ମହଲାରେ ସୁଟକେସ୍ ସବୁ ଷ୍ଟକ୍ ରହୁଥିବାରୁ ସଟସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି । ସୋ’ରୁମରେ ଫାଇବର, ପ୍ଲାଷ୍ଟିକ୍ ଓ ଲେଦର ସାମଗ୍ରୀ ଥିବାରୁ ନିଆଁ ସହଜରେ ଧରିନେଇଥିଲା ଏବଂ ଚାହୁଁଚାହୁଁ ନିଆଁର ପ୍ରକୋପ ବଢିଥିଲା । ନିଆଁ ଏତେ ଉଗ୍ର ଥିଲା ଯେ, ପୁରା ଅଞ୍ଚଳରେ ଧୂଆଁର ପରସ୍ତ ସୃଷ୍ଟି ହୋଇଛି । ସବୁଠୁ ବଡକଥା ଏହା କି ଯେ, ସେଠାରେ ସୋ’ରୁମ ଗୁଡିକ ଲାଗି ଲାଗି ହୋଇରହିଥିବାରୁ ତାହା ଚିନ୍ତାର କାରଣ ପାଲଟିଛି । ତା ସହ ଖରାର ପ୍ରକୋପ ମଧ୍ୟ ରହିଛି। ଏଭଳି ସ୍ଥଳେ ଯଦି ଯଥାଶୀଘ୍ର ନିଆଁ ଲିଭାନଯାଏ ତେବେ ନିକଟ ଦୋକାନଗୁଡିକୁ ନିଆଁ ଲାଗିଯିବାର ଆଶଙ୍କା ରହିଛି । ସେଥିପାଇଁ ସ୍ଥାନୀୟ ଲୋକେ ମଧ୍ୟ ନିଆଁ ଲିଭାଇବାରେ ଲାଗିଛନ୍ତି ।
କଟକ ଦୋଳମୁଣ୍ଡାଇରେ ଥିବା ସୁଟକେସ୍ ସୋ’ରୁମରେ ଲାଗିଲା ନିଆଁ।












Leave a Reply