ଆଠଗଡ଼: ବଢ଼ୁଛି ବନ୍ୟାଜଳ, ବିଗୁଡ଼ୁଛି ଯୋଗାଯୋଗ ବ୍ୟବସ୍ଥା। ଆଠଗଡ଼ ଅଞ୍ଚଳରେ ବନ୍ୟା ପାଣି ପଶିଥିବା ବେଳେ ହୁଳୁହୁଳା ପୋଲ ଉପରେ ପ୍ରାୟ ୩ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଉତ୍ତର ବାଙ୍କୀରୁ ତିଗିରିଆକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ବନ୍ୟାଜଳ ବଢ଼ିବା ପରେ ଉତ୍ତର ବାଙ୍କୀର ୧୦ରୁ ଅଧିକ ଗାଁ ଏବଂ ତିଗିରିଆର ପ୍ରାୟ ୧୦ଟି ଗାଁ ବାଙ୍କୀ ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇପଡ଼ିଛି। ପୋଲ ଉପରେ ପାଣି ଚାଲୁଥିବାରୁ ଏହି ରାସ୍ତାରେ ଯାତାୟାତ ଠପ୍ ହୋଇଥିବା ବେଳେ ସ୍ଥାନୀୟ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଧୀରେ ଧୀରେ ବନ୍ୟାଜଳର ପରିମାଣ ବଢ଼ୁଥିବାରୁ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଛି। ବନ୍ୟାଜଳ ଆହୁରି ବଢ଼ିଲେ ଘରଦ୍ୱାର, ଚାଷଜମି, ରାସ୍ତାଘାଟ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବା ଆଶଙ୍କା ରହିଛି। ବିଶେଷକରି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଗାଁଗୁଡ଼ିକରେ ଲୋକଙ୍କ ଦୈନନ୍ଦିନ ଯାତାୟାତ ଓ ଆବଶ୍ୟକ ସେବା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ବନ୍ୟା ପରିସ୍ଥିତି ଉପରେ ସ୍ଥାନୀୟ ପ୍ରଶାସନ ନଜର ରଖିଛି। ହୁଳୁହୁଳା ପୋଲ ଉପରେ ପାଣି ଚାଲୁଥିବାରୁ ବନ୍ୟାଜଳ ନକମିବା ପର୍ଯ୍ୟନ୍ତ ଲୋକଙ୍କୁ ପୋଲ ଉପରେ ଯାତାୟାତ ନକରିବାକୁ ସତର୍କ କରାଯିବା ଆବଶ୍ୟକ। ଜଳସ୍ତର ଆହୁରି ବଢ଼ିଲେ ସ୍ଥିତି ଅଧିକ ଗମ୍ଭୀର ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ନିୟମିତ ନଜରଦାରୀ ଜାରି ରହିଛି।














Leave a Reply