ମହାନଦୀରେ ବନ୍ୟା ସମ୍ଭାବନା; ୨୭ତାରିଖରେ ମୁଣ୍ଡଳିରେ ପ୍ରବେଶ କରିବ ୭ଲକ୍ଷ କ୍ୟୁସେକ ବନ୍ୟାଜଳ ।

ମହାନଦୀରେ ବନ୍ୟା ସମ୍ଭାବନା । ୨୭ ତାରିଖ ସକାଳୁ ମୁଣ୍ଡଳିରେ ପହଞ୍ଚିବ ୭ଲକ୍ଷ କ୍ୟୁସେକ ବନ୍ୟାଜଳ, ଫୁଲିବ ଶାଖାନଦୀ । ୨୭ ତାରିଖ ସକାଳୁ ୭ଲକ୍ଷ କ୍ୟୁସେକ ବନ୍ୟାଜଳ ମୁଣ୍ଡଳିରେ ପ୍ରବାହିତ ହେବ । ମୁଣ୍ଡଳିରେ ଯଦି ବର୍ଷା ହୁଏ ପାଣି ଅଧିକ ଆସିବ । ଏବେ ୧ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ଶାଖାନଦୀ କୁଆଖାଇ, ବିରୂପା, କାଠଯୋଡ଼ି, ଦେବୀ ନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏଣୁ ବନ୍ୟା ଆଶଙ୍କା ଜାରି କରିଛି ଜଳ ସମ୍ପଦ ବିଭାଗ । ସମ୍ଭାବ୍ୟ ବନ୍ୟା ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଛି । କ୍ଷେତ୍ର ଅଧିକାରୀମାନଙ୍କୁ ସତର୍କ କରାଯାଇଛି । କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛୁ । ବନ୍ଧବାଡ଼ର ତଦାରଖ ହେଉଛି । ଭୟଭୀତ ହେବାର ଆବଶ୍ୟକତା ନାହିଁ ।

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହୋଇଛି । ୬୪ଟି ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ୧୧ ଟି ସ୍ଥାନରେ ଶହେ ମିଲିମିଟର ବର୍ଷା ହୋଇଛି । ସମ୍ବଲପୁରରେ ସବୁଠାରୁ ଅଧିକ ବର୍ଷା ହୋଇଛି । ହୀରାକୁଦ ଉପରମୁଣ୍ଡରେ ୪୧ ମିଲିମିଟର ବର୍ଷା ହୋଇଥିବାବେଳେ ଏବେବି ବର୍ଷା ଜାରି ରହିଛି । ୩ଲକ୍ଷ ୨୦ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି ହୀରାକୁଦ ଜଳଭଣ୍ଡାରକୁ । ୧୬ଟି ଗେଟରେ ଜଳ ନିଷ୍କାସନ ହେଉଛି । ଫଳରେ ୩ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏହାର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ୬୨୯.୮୯ ଫୁଟରେ ରହିଛି ଜଳ । ବ୍ରାହ୍ମଣୀ ନଦୀ ରେଙ୍ଗାଲିରେ ଗୋଟିଏ ଗେଟ୍ ଖୋଲିଛି । ବୈତରଣୀରେ ବିପଦ ସଂକେତ ନିକଟରେ ପହଞ୍ଚିବ ଜଳସ୍ତର । ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗରେ ବର୍ଷା ସତ୍ତ୍ୱେ ଜଳସ୍ତର ବିପଦ ସଂକେତ ତଳେ ରହିଛି । ଆଗକୁ ଆଉ ଏକ ଲଘୁଚାପ ଅଛି । ତେବେ ବର୍ଷା କେତେ ହେବ ତା ଉପରେ ନଜର ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)