୫ କେଜି ଗ୍ୟାସ୍ ବିକ୍ରିକୁ ଖାଦ୍ୟ ଯୋଗାଣ ବିଭାଗର ଅନୁମତି; ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ ପରିଚୟ ପତ୍ର ଦେଖାଇ କିଣିପାରିବେ ୫ କେଜି ସିଲିଣ୍ଡର ।

ଅକ୍ଷର ବ୍ୟୁରୋ: ଏଣିକି ରାଜ୍ୟରେ ମିଳିବ ୫ କେଜି ଖୋଲା ଗ୍ୟାସ୍ । ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ରଖିଲା ଖାଦ୍ୟ ଯୋଗାଣ ବିଭାଗ । ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ କିଣିପାରିବେ ୫ କେଜି ସିଲିଣ୍ଡର । ତୈଳ ମାର୍କେଟିଂ କଂପାନୀ ଦ୍ୱାରା ବିକ୍ରି ୫ କେଜି ଗ୍ୟାସ୍ ସେମାନେ କିଣିପାରିବେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ପ୍ରବାସୀ ଶ୍ରମିକ ଏବଂ ଛାତ୍ରଛାତ୍ରୀ ସେମାନଙ୍କ ପରିଚୟ ପତ୍ର ଦେଖାଇ ୫ କେଜି ଗ୍ୟାସ୍ ନେଇପାରିବେ । e-KYC ହୋଇଥିଲେ ପରିଚୟପତ୍ର ଦେଖାଇ କିଣିପାରିବେ ବୋଲି ବିଭାଗ କହିଛି । ତେବେ ବେଆଇନ୍ ଗଚ୍ଛିତ ସିଲିଣ୍ଡର ଓ କଳାବଜାରୀ ବିରୋଧରେ ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । କେବଳ ବେଇଆନ ଭାବେ ସିଲିଣ୍ଡର କାରବାର କରୁଥିବା ବ୍ୟବସାୟୀଙ୍କ ପାଇଁ ଏହି କଟକଣା ଜାରି କରାଯାଇଛି । ଗତକାଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ୫ କେଜି ଗ୍ୟାସ ବିକ୍ରି ହୋଇପାରିବନି କହିବା ପରେ ଆଜି ଆସିଛି ଏହି ସ୍ପଷ୍ଟୀକରଣ । 

ସୂଚନା ଅନୁଯାୟୀ, ରବିବାର ଖୋଲା ବଜାରରେ ୫ କେଜି ବିଶିଷ୍ଟ ଗ୍ୟାସ ଟାଙ୍କି ବିକ୍ରି ଉପରେ ଲାଗିଥିଲା ରୋକ୍ । ଯଦି କେହି ବିକ୍ରି କରୁଥିବା ବେଳେ ଧରାପଡ଼ିବେ, ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗ୍ୟାସ ବିକ୍ରି ନେଇ ଇ-କେୱାଇସି କରାଯିବ । କେବଳ ଯାହା ନାଁରେ କାର୍ଡ ଥିବ, ଗ୍ୟାସ ଏଜେନ୍ସିରୁ ସେମାନେ ହିଁ ଗ୍ୟାସ ଟାଙ୍କି ନେଇପାରିବେ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ। ଅପରପକ୍ଷେ ରାଜ୍ୟରେ ୫ କେଜି ବିଶିଷ୍ଟ ରନ୍ଧନ ଗ୍ୟାସ ଟାଙ୍କି ବିକ୍ରି ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ କଂଗ୍ରେସ ଓ ବିଜେଡି ନେତା । ହଠାତ୍ ଏଭଳି ଆଇନ କରିବା ଦ୍ୱାରା ବିଭିନ୍ନ ସହରରେ ରହି ପଢ଼ୁଥିବା ଛାତ୍ରଛାତ୍ରୀ ଓ ବଡ଼ ଟାଙ୍କି କିଣିବାକୁ ଅକ୍ଷମ ପରିବାରମାନେ ଅସୁବିଧାରେ ପଡ଼ିବେ ବୋଲି ଦୁଇ ଦଳ ନେତାମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)