ବିଦେଶୀ ପାଇଛନ୍ତି ରାସନ କାର୍ଡ: ତୁରନ୍ତ ଚିହ୍ନଟ କରି ରାସନ କାର୍ଡରୁ ନାଁ କାଟିବାକୁ ନିର୍ଦ୍ଦେଶ ।

ବିଦେଶୀ ପାଇଛନ୍ତି ରାସନ କାର୍ଡ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସମ୍ପୂର୍ଣ୍ଣ ସତ । ଓଡ଼ିଶାରେ ପାକିସ୍ଥାନୀ, ବାଲାଂଦେଶୀ ଏବଂ ମିଆଁମାର ଲୋକ ହାତେଇଛନ୍ତି ରାସନ କାର୍ଡ । ଏହା ଜାଣିବା ପରେ ତତ୍‌ପର ହୋଇଛି ପ୍ରଶାସନ । ଏନେଇ ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେଉଁ ବିଦେଶୀମାନେ ରାସନ କାର୍ଡ ପାଇଛନ୍ତି ସେମାନଙ୍କ ନାଁ ରାସନ କାର୍ଡରୁ କଟିବ ।

ଓଡିଶାକୁ ଅନୁପ୍ରବେଶ କରି ରାସନ କାର୍ଡ ହାତେଇଥିବା ବିଦେଶୀକୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ । ପାକିସ୍ଥାନ, ବାଳାଂଦେଶ, ମିଆଁମାରର ଅନେକ ବିଦେଶୀ ରାସନ କାର୍ଡ ହାତେଇଥିବା ଜଣା ପଡ଼ିଛି । ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନଙ୍କୁ ଚିହ୍ନଟ କରି ରାସନ କାର୍ଡରୁ ନାଁ କାଟିବାକୁ । ଯିଏ ବି ରାଜନୈତିକ ଚାପ କିମ୍ବା ଅନ୍ୟ ଉପାୟରେ ରାସନ କାର୍ଡ ହାତେଇଛନ୍ତି ସେମାନଙ୍କୁ ତୁରନ୍ତ ଚିହ୍ନଟ କରି କାଟିବାକୁ କୁହାଯାଇଛି । ପ୍ରକ୍ରିୟା ସରିଲେ ସଂଖ୍ୟା ସାମ୍ନାକୁ ଆସିବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)