ଅକ୍ଷର ବ୍ୟୁରୋ: ଆଜିଠୁ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ । ପ୍ରଚଣ୍ଡ ଗ୍ରୀଷ୍ମ, ପ୍ରବଳ ଭିଡ଼ ଓ ଆଗାମୀ ଦିନରେ ନୀତି କାନ୍ତିକୁ ନଜରରେ ରଖି ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥାୟୀ ସଭାପତି ଗଜପତି ଦିବ୍ୟସିଂହ ଦେବ ତଥା ଅନ୍ୟ ଅଂଶୀଦାରମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଆଗାମୀ ଦିନରେ ହେବାକୁ ଥିବା ରୀତିନୀତି ନେଇ ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକ ରହିଛି । ତେଣୁ ଜୁନ ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ପୁନର୍ବାର ଗଣତି ହେବା ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ । ତେବେ ଆଜିଠାରୁ ସ୍ୱାଭାବିକ ଭାବରେ ଭିତର କାଠ ଦର୍ଶନ ଚାଲୁ ରହିବ ।
ଗତକାଲି ଥିଲା ଚତୁର୍ଦ୍ଦଶ ଦିନର ରତ୍ନ ଗଣତି । ଭିତର ଭଣ୍ଡାର ଗଣତିର ନବମ ଦିନରେ ୩ ଘଣ୍ଟା ୫୮ ମିନିଟର ଗଣତି ହୋଇଥିଲା । ପ୍ରତ୍ୟେକଟି ଅଳଙ୍କାରର ଓଜନ ହେବା ସହ ଏଥିରେ ଖଚିତ ରତ୍ନ ଚିହ୍ନଟ କରାଯାଇଛି । ଏହାର ଫଟୋ, ଭିଡିଓ ଗ୍ରାଫି, ଥ୍ରି-ଡି ମ୍ୟାପିଙ୍ଗ ସହ ଇ-କ୍ୟାଟାଲଗ୍ କରାଯାଉଛି । ଯଦିଓ ଅଳଙ୍କାର ଗଣତି ନେଇ କୌଣସି କ୍ରମିକ ବିଷୟରେ ସୂଚନା ଦିଆଯାଇନାହିଁ, ତେବେ ପ୍ରାୟ ୧୭୦ ପାଖାପାଖି ଅଳଙ୍କାରର ଗଣତି ସରିଥିବା ଆକଳନ କରାଯାଉଛି ।















Leave a Reply