ଅଧା ରହିଥିବା ଅଙ୍ଗନବାଡ଼ି କାମ ତୁରନ୍ତ ସାରିବାକୁ ସରକାରଙ୍କ ନିର୍ଦ୍ଦେଶ; ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତି ରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ।

ଅକ୍ଷର ବ୍ୟୁରୋ: ଅଧା ରହିଥିବା ଅଙ୍ଗନବାଡ଼ି କାମ ତୁରନ୍ତ ସାରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି । ରାଜ୍ୟରେ ଅଧପନ୍ତରିଆ ହୋଇ ପଡିରହିଛି ୫୩୨ଟି ଅଙ୍ଗନବାଡି କେନ୍ଦ୍ର । ଅକ୍ଟୋବର ୧୫ ସୁଦ୍ଧା ୧ ହଜାର ୯୯୩ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ସାରିବାକୁ ନିର୍ଦ୍ଦେଶ ଥିଲା । ସେଥି ମଧ୍ୟରୁ ୧ ହଜାର ୪୬୧ କେନ୍ଦ୍ରର ନିର୍ମାଣ କାମ ସରିଛି । ଅଧପନ୍ତରିଆ ହୋଇ ରହିଥିବା ୫୩୨ଟି ଅଙ୍ଗନବାଡି କେନ୍ଦ୍ର ଡିସେମ୍ବର ୧୦ ସୁଦ୍ଧା ସାରିବାକୁ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତି ରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ । ଯେଉଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପାଇଁ ପାଣ୍ଠି ମଞ୍ଜୁର ହୋଇଛି ଏବଂ ଜମି ଚିହ୍ନଟ ହୋଇଛି, କିନ୍ତୁ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ, ସେଗୁଡ଼ିକୁ ନୂତନ ଯୋଜନାରେ ଗ୍ରହଣ କରାଯିବ । ପ୍ରତି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ୧୫ ଲକ୍ଷ ଟଙ୍କା ବର୍ଦ୍ଧିତ ୟୁନିଟ୍ ମୂଲ୍ୟରେ ନିର୍ମାଣ କରାଯିବ ବୋଲି ଜଣାପଡିଛି ।   

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)