ଅକ୍ଷର ବ୍ୟୁରୋ: ଥାନା ଆଗରେ ଛିଡ଼ା ହୋଇଥିବା ନିର୍ଜିବ ବସ୍ତୁ ଟ୍ରାକ୍ଟରରେ ପଡ଼ିଛି ହାତକଡ଼ି । କଥାଟା ଶୁଣିଲା ବେଳକୁ ଟିକେ ଖଟକା ଲାଗୁଥିବ ସତ । ବାସ୍ତବରେ କିନ୍ତୁ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ମୟୂରଭଞ୍ଜ ଜିଲ୍ଲା ଉଦଳା କୁଶଳଦା ଫାଣ୍ଡି ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଦୃଶ୍ୟ । ମିଳିଥିବା ସୂଚନା ଅନୁସାରେ, ଜବତ ଟ୍ରାକ୍ଟରକୁ ମାଫିଆଙ୍କ କବଳରୁ ବଞ୍ଚାଇବା ପାଇଁ ଫାଣ୍ଡି ଆଗରେ ଜବତ ଗାଡିକୁ ରଖି ସେଥିରେ ପୋଲିସ ପକାଇଲା ହାତକଡ଼ି । ଏଗ୍ରିକଲଚର ପାଇଁ ସରକାରୀ ସ୍ତରରେ ଦିଆଯାଉଥିବା ସୁବିଧାରେ କିଣା ଯାଇଥିବା ଟ୍ରାକ୍ଟରରେ ଚାଲିଥିଲା ଚୋରା ବାଲି ଚାଲାଣ । ଯାହାକୁ ବିଳମ୍ବିତ ରାତିରେ କୁଶଳଦା ପୋଲିସ ଦାମାସାହି ଛକ ନିକଟରୁ ଜବତ କରଯାଇଥିଲା । ଜବତ ଟ୍ରାକ୍ଟରରେ ଚୋରା ବାଲି ବୋଝେଇ ହୋଇଥିବା ବେଳେ ତାହାକୁ ଆଣି ଫାଣ୍ଡିରେ ରଖିଥିଲା ପୋଲିସ । ହେଲେ ଫାଣ୍ଡିରେ ବାଉଣ୍ଡାରୀ ନ ଥିବାରୁ ଜବତ ଟ୍ରାକ୍ଟର ମାଫିଆ ନେଇଯିବାର ସନ୍ଦେହ କରି ଟ୍ରାକ୍ଟର ଷ୍ଟେରିଙ୍ଗରେ ହାତକଡ଼ି ପକାଇଛନ୍ତି ପୋଲିସ ।
ନିର୍ଜିବ ବସ୍ତୁ ଟ୍ରାକ୍ଟରରେ ପଡ଼ିଛି ହାତକଡ଼ି; ମାଫିଆଙ୍କ କବଳରୁ ବଞ୍ଚାଇବା ପାଇଁ ପୋଲିସର ଏ ପଦକ୍ଷେପ ।












Leave a Reply