ରାଜ୍ୟରେ ଅଧିକ ଗ୍ରୀଷ୍ମ ପ୍ରବାହ ହେଉଥିବା ସ୍ଥାନରେ ନିର୍ମାଣ କରାଯିବ ହିଟୱେଭ୍ ଆଶ୍ରୟ ସ୍ଥଳୀ; ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ଅକ୍ଷର ବ୍ୟୁରୋ: ବାତ୍ୟା ଆଶ୍ରୟସ୍ଥଳୀ ଭଳି ରାଜ୍ୟରେ ନିର୍ମାଣ ହେବ ହିଟୱେଭ୍ ସ୍ଥଳୀ । ଅଧିକ ଗ୍ରୀଷ୍ମ ପ୍ରବାହ ହେଉଥିବା ସ୍ଥାନରେ ହିଟୱେଭ୍ ଆଶ୍ରୟ ସ୍ଥଳୀ ନିର୍ମାଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ହିଟ୍‌ୱେଭ୍ ୱାର୍ଣ୍ଣିଂ ଥିବା ସ୍ଥାନରେ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଚାଲିପାରିବନି ବିନାଏସି ଗାଡ଼ି । ଯଦି ନିୟମ ନ ମାନି ମାଲିକ ଗାଡ଼ି ଚଲାନ୍ତି, କିଛି ଅଘଟଣ ହେଲେ ଗାଡ଼ି ମାଲିକ ଉତ୍ତରଦାୟୀ ରହିବେ । ଅଂଶୁଘାତ ମୃତ୍ୟୁ ପାଇଁ କ୍ଷତିପୂରଣ ଦିଆଯିବ । ରିପୋର୍ଟ ପାଇବାର ୨୪ ଘଣ୍ଟା ଭିତରେ ପଇସା ମିଳିବ । ଶ୍ରମିକମାନଙ୍କ କାମ କରିବା ଉପରେ ବି କଟକଣା ରହିଛି ।

ଯାତାୟତ କରିବାର ରାସ୍ତାରେ ଡ୍ରାଇଭର ପାଇଁ ବିଶ୍ରାମ, ORS, ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଆମ୍ବୁଲାନ୍ସକୁ ସତର୍କ କରାଯାଇଛି। ଅଘଟଣ ହେଲେ ୨୦ ମିନିଟରେ ଆମ୍ବୁଲାନ୍ସ ପହଞ୍ଚିବ । ଏନେଇ ଏସ୍‌ଓପି ଜାରି କରାଯାଇଛି । ଏସ୍‌ଓପି ଭାଙ୍ଗିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ସ୍କୁଲ ଛୁଟି ନେଇ ନେଇ ଜିଲ୍ଲା ପ୍ରଶାସନକୁ ପ୍ରଧିକୃତ କରଯାଇଛି । ସ୍ଥିତି ଦେଖି ଜିଲ୍ଲାପାଳ ନିଷ୍ପତି ନେବେ । ଏସ୍‌ଓପି ବାହାରେ ଯଦି କିଛି ପଦକ୍ଷେପ ନେବା ଆବଶ୍ୟକ ପଡୁଛି ନେଇ ପାରିବେ । ଗ୍ରୀଷ୍ମପ୍ରବାହକୁ ନେଇ ରାଜସ୍ୱ ମନ୍ତ୍ରୀ ସମୀକ୍ଷା କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)