ଦୁଇଦିନ ପରେ କାଳବୈଶାଖୀ

ଅକ୍ଷର ବ୍ୟୁରୋ: ମାଡି ଆସୁଛି କାଳବୈଶାଖୀ । ରାଜ୍ୟରେ କମିବ ତାତି। ଅସହ୍ୟ ଖରାରୁ ତ୍ରାହି ପାଇବେ ରାଜ୍ୟବାସୀ। ଗୁରୁଚାପ ବଳୟ ସାଙ୍ଗକୁ ଟ୍ରାପଲାଇନ ପ୍ରଭାବରେ ଆସନ୍ତା ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତା’ ପୂର୍ବରୁ ରାଜ୍ୟରେ ଆଉ ୩ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ।

ବର୍ତ୍ତମାନ ରାଜ୍ୟରେ ରେକର୍ଡ ଭାଙ୍ଗୁଛି ପାରଦ । ମାର୍ଚ୍ଚ ଅଧାରୁ ଜଳୁଛି ଅଧାରୁ ଅଧିକ ଓଡ଼ିଶା । ଖାସ୍ କରି ପଶ୍ଚିମ ଓଡ଼ିଶାରେ ନିଇତି ରେକର୍ଡ କରିଚାଲିଛି ଉପରମୁହାଁ ପାରଦ । ଲଗାତାର ଦ୍ୱିତୀୟ ଦିନ ପାଇଁ ବୌଦ୍ଧ ଦେଶର ଉତ୍ତପ୍ତ ସହର ପାଲଟିଛି । ବୌଦ୍ଧରେ ତାପମାତ୍ରା ଏଥର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶନିବାର ବୌଦ୍ଧ ଦେଶର ସବୁଠାରୁ ଉତ୍ତପ୍ତ ସହର ରହିଥିବାବେଳେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ୨ ଦିନ ଯାଏଁ ସିଭିୟର ହିଟ ୱେଭ୍ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)