ଅକ୍ଷର ବ୍ୟୁରୋ: ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତର ଲେଖିଥିବା ପ୍ରେସ୍କ୍ରିପ୍ସନ୍ କୁ ନେଇ ହାଇକୋର୍ଟର ନିର୍ଦ୍ଦେଶ । ଡାକ୍ତରଙ୍କ ଦ୍ୱାରା ଏଭଳି ଖାମ୍ଖିଆଲ ଭାବେ ଲେଖାଯାଇଥିବା ପ୍ରେସ୍କ୍ରିପ୍ସନ୍କୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ହାଇକୋର୍ଟ । ଏହି ଘଟଣାର ତଦନ୍ତ ପାଇଁ ହାଇକୋର୍ଟ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହରିଶଙ୍କର ବେହେରାଦଳେଇଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍. କେ. ପାଣିଗ୍ରାହୀ ଏହି ଆଦେଶ ଦେଇଛନ୍ତି ।
ହାଇକୋର୍ଟ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, ଡାକ୍ତର ଅତ୍ୟନ୍ତ ଖରାପ ଭାବେ ପ୍ରେସ୍କ୍ରିପ ଲେଖିଛନ୍ତି । ପ୍ରେସ୍କ୍ରିପ୍ସନ୍ରେ ଆବେଦନକାରୀଙ୍କ ନାମ ମଧ୍ୟ ଲେଖାଯାଇନାହିଁ । ସିଡିଏମ୍ଓ ଏହାର ତଦନ୍ତ କରିବା ସହ ଯେଉଁ ଡାକ୍ତର ଏଭଳି ଭାବେ ଲେଖିଛନ୍ତି ତାଙ୍କୁ ଚେତାବନୀ ଦେବାକୁ ହାଇକୋର୍ଟ କହିଛନ୍ତି । ଭବିଷ୍ୟତରେ ସଂପୃକ୍ତ ଡାକ୍ତର ସୁନ୍ଦର ଅକ୍ଷରରେ ପ୍ରେସ୍କ୍ରିପ୍ସନ୍ର ଲେଖିବେ ଓ ନିଜ ନାମ ମଧ୍ୟ ଲେଖିବେ । ପରବର୍ତ୍ତୀ ଶୁଣାଣି ସୁଦ୍ଧା ଅଦାଲତଙ୍କ ଆଦେଶ ଆଧାରରେ ସିଡିଏମ୍ଓ କି’ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସଂକ୍ରାନ୍ତରେ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୫ ତାରିଖକୁ ଧାର୍ଯ୍ୟ ହୋଇଛି ।











Leave a Reply