ଅକ୍ଷର ବ୍ୟୁରୋ: ମହାନଦୀରେ ଆସିଥିବା ବଡ଼ ବନ୍ୟାରୁ ନିକଟରେ ଓଡ଼ିଶାର ପ୍ରାୟ ୧୫ଟି ଜିଲ୍ଲା ବଡ଼ ବିପଦରୁ ବର୍ତ୍ତି ଯାଇଥିଲା। ହୀରାକୁଦ ବନ୍ଧରେ ବନ୍ୟାଜଳକୁ ନିୟନ୍ତ୍ରଣ କରାଯିବା ଯୋଗୁଁ ମହାନଦୀର ତଳମୁଣ୍ଡରେ ଥିବା ହଜାର ହଜାର ଗାଁ ବଡ଼ ବନ୍ୟା ବିପଦରୁ ରକ୍ଷା ପାଇଥିଲେ। ବନ୍ୟା ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ହୀରାକୁଦ ଏକ ସୁରକ୍ଷା କବଚ ଭଳି କାମ କରୁଥିବା ବେଳେ ଏବେ ଉଠିଛି ବନ୍ଧର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ। ବନ୍ଧର ସୁରକ୍ଷା ପାଇଁ ଯେଉଁ ଅନୁପାତରେ ପଦକ୍ଷେପ ନିଆଯିବା କଥା, ସେହି ଅନୁପାତରେ ପଦକ୍ଷେପ ନିଆଯାଉନଥିବା ନେଇ ଅଭିଯୋଗ ହେଉଛି। ଫଳରେ ବନ୍ୟା ନିୟନ୍ତ୍ରଣରେ ହୀରାକୁଦର ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ, ଏହାର ସୁରକ୍ଷା ମଧ୍ୟ ସେତିକି ଚିନ୍ତାର ବିଷୟ ପାଲଟିଛି।
ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଉଛି ଉପରମୁଣ୍ଡର ବର୍ଷା। ଯଦି ମହାନଦୀର ଉପରମୁଣ୍ଡରେ ଆଗକୁ ଆହୁରି ଅଧିକ ବର୍ଷା ହୁଏ ଏବଂ ବିପୁଳ ପରିମାଣର ବନ୍ୟାଜଳ ହୀରାକୁଦ ଆଡ଼କୁ ଆସେ, ତେବେ ବନ୍ଧ ଉପରେ ଜଳଚାପ ବଢ଼ିପାରେ। ଏଭଳି ସ୍ଥିତିରେ ହୀରାକୁଦ ବନ୍ଧ ପାଇଁ ମଧ୍ୟ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ବନ୍ୟାଜଳ ନିୟନ୍ତ୍ରଣ ସହ ହୀରାକୁଦ ବନ୍ଧର ସୁରକ୍ଷାକୁ ସମାନ ଗୁରୁତ୍ୱ ଦେବା ଜରୁରୀ ବୋଲି ମତ ପ୍ରକାଶ ପାଉଛି। କାରଣ ହୀରାକୁଦ କେବଳ ଏକ ବନ୍ଧ ନୁହେଁ; ମହାନଦୀର ତଳମୁଣ୍ଡରେ ବସବାସ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଓ ସମ୍ପତ୍ତି ପାଇଁ ଏହା ଏକ ବଡ଼ ସୁରକ୍ଷା କବଚ। ଏବେ ପ୍ରଶ୍ନ ହେଉଛି ଆଗକୁ ଯଦି ଉପରମୁଣ୍ଡରେ ବର୍ଷା ବଢ଼େ ଏବଂ ବିପୁଳ ବନ୍ୟାଜଳ ହୀରାକୁଦ ଆଡ଼କୁ ଆସେ, ତେବେ ବନ୍ଧର ସୁରକ୍ଷା ପାଇଁ କେତେ ପ୍ରସ୍ତୁତ ଅଛି ପ୍ରଶାସନ? ବନ୍ୟା ନିୟନ୍ତ୍ରଣ ସହ ବନ୍ଧର ସୁରକ୍ଷା ଉପରେ ମଧ୍ୟ ଏବେ ଗୁରୁତ୍ୱ ଦେବାର ଆବଶ୍ୟକତା ଦାବି ହେଉଛି।














Leave a Reply