ଅକ୍ଷର ବ୍ୟୁରୋ: କଟକ OPSC କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ MBBS ଡାକ୍ତର ବିକ୍ଷୋଭ ପ୍ରଦର୍ଶନ । ନିଯୁକ୍ତି ପାଇନଥିବା ଡିଗ୍ରିଧାରୀ ଡାକ୍ତରଙ୍କ ପ୍ରତିବାଦ ଦେଖିବାକୁ ମିଳିଛି । ଗତ ବର୍ଷ ମେ’ ମାସରେ OPSC ଦ୍ୱାରା ୫ ହଜାର ୨୮୪ ପଦବୀ ପାଇଁ ଆବେଦନ ଆହ୍ୱାନ କରାଯାଇଥିଲା ସେଥିମଧ୍ୟରୁ ୩ ହଜାର ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । ଏଥିରୁ ୧ ହଜାର ୮୪୦ ଜଣ ପ୍ରାର୍ଥୀ ପାସ୍ କରିଥିଲେ । କୃତକାର୍ଯ୍ୟ ହୋଇଥିବା ସମସ୍ତ MBBS ଡିଗ୍ରୀଧାରୀ ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ୍ ପରେ ପ୍ରାୟ ମୋଟ ୮୨୨ ଜଣଙ୍କୁ ନିଯୁକ୍ତି ମିଳିଥିଲେ ମଧ୍ୟ ଆହୁରି ୧ ହଜାର ୧୮ ଜଣଙ୍କୁ ନିଯୁକ୍ତିପତ୍ର ମିଳିପାରିନାହିଁ ବୋଲି ଅଭିଯୋଗ କରିଛନ୍ତି ଡାକ୍ତର । ତେବେ ଏ ସମ୍ପର୍କରେ OPSC ପକ୍ଷରୁ କୈଣସି ପ୍ରତିକ୍ରିୟା ମିଳିପାରିନାହିଁ ।
କଟକ OPSC କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ MBBS ଡାକ୍ତର; ନିଯୁକ୍ତିପତ୍ର ନମିଳିବା ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ ।












Leave a Reply