ଅକ୍ଷର ବ୍ୟୁରୋ: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଏଲପିଜି ସଙ୍କଟ ଦେଖା ଦେଇଥିବା ବେଳେ ରାଜ୍ୟରେ ଗ୍ୟାସ୍ କଳାବଜାରୀ ରୋକିବା ପାଇଁ ଦୃଢ ପଦକ୍ଷେପ ନେଇଛନ୍ତି ସରକାର । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି ଯେ, କଳାବଜାରୀଙ୍କ ଉପରେ କଡା ନଜର ରହିଛି । ଗ୍ୟାସ କଳାବଜାରୀକୁ ଦୃଢ଼ ହସ୍ତରେ ଦମନ କରୁଛୁ । ଗ୍ୟାସ୍ ଠିକ୍ ଭାବରେ ମିଳୁଛି । ପେଟ୍ରୋଲ, ଗ୍ୟାସ୍, ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି ।
ନିୟମ ଅନୁସାରେ, ସହରାଞ୍ଚଳରେ ୨୫ ଦିନ ଓ ଗ୍ରାମାଞ୍ଚଳରେ ୪୫ ଦିନରେ ଗ୍ୟାସ୍ ମିଳୁଛି । କିନ୍ତୁ ପୂର୍ବ ପରି ଖୋଲାରେ ଆଉ ଗ୍ୟାସ ବିକ୍ରି ହେବନାହିଁ । କଳାବଜାରୀକୁ ରୋକିବା ପାଇଁ e-kyc କରିଛୁ । ଯେଉଁମାନେ ବୁକିଂ କରିବେ ଓ ଯଦି ସେମାନଙ୍କ ନାଁରେ ଇ-କେୱାଇସି ଥିବ, ତାହାଲେ ସେହିମାନେ ହିଁ ଏଜେନ୍ସିରୁ ଗ୍ୟାସ୍ ପାଇବେ । ଖୋଲାରେ ଗ୍ୟାସ୍ ମିଳିବ ନାହିଁ । ନିର୍ଦ୍ଦିଷ୍ଟ ଅବଧିରେ ଗ୍ୟାସ ମିଳିବ । ୫ କେଜି ଗ୍ୟାସ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହେବ । ସେ ଗୁଡ଼ିକ ବେଆଇନ ବୋଲି ମନ୍ତ୍ରୀ କହିଛନ୍ତି ।












Leave a Reply