ଅକ୍ଷର ବ୍ୟୁରୋ: PET ଶିକ୍ଷକଙ୍କ ମାଡ଼ରେ ଗୁରୁତର ଆହତ ହେଲେ ଜଣେ ୭ମ ଶ୍ରେଣୀ ଛାତ୍ର। ବୌଦ୍ଧ ଜିଲ୍ଲା ବଘିଆପଡ଼ାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଆଜି ସକାଳେ ଏଭଳି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ସକାଳ ପ୍ରାୟ ୭ଟା ବେଳେ PET ଶିକ୍ଷକ ଆଜାଦ ଶତପଥୀ ବାଡ଼ିରେ ମାଡ଼ ମାରିଥିଲେ। ଏହି ସମୟରେ ବାଡ଼ିଟି ଛାତ୍ରଙ୍କ ମୁହଁରେ ବାଜିଥିବା ଜଣାପଡ଼ିଛି।
ଏହି ଘଟଣାରେ ଛାତ୍ରଙ୍କ ଗୋଟିଏ ଦାନ୍ତ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଆହତ ଛାତ୍ରଙ୍କୁ ତୁରନ୍ତ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଏକ୍ସ-ରେ କରାଯିବ ବୋଲି ଜଣାପଡ଼ିଛି। ତେବେ କେଉଁ କାରଣରୁ PET ଶିକ୍ଷକ ଛାତ୍ରଙ୍କୁ ମାଡ଼ ମାରିଥିଲେ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାକୁ ନେଇ ବିଦ୍ୟାଳୟ ପରିସରରେ ଚର୍ଚ୍ଚା ଜୋର ଧରିଥିବାବେଳେ ଘଟଣାର ପ୍ରକୃତ କାରଣ ଓ ପରବର୍ତ୍ତୀ ପଦକ୍ଷେପ ନେଇ ସ୍ପଷ୍ଟତା ଅପେକ୍ଷାରେ ରହିଛି।














Leave a Reply